ଆତଙ୍କବାଦୀଙ୍କ ପାଇଁ ବ୍ରିଟେନ୍‌ରୁ ୧୫ଲକ୍ଷ ଟଙ୍କା ଆଣିଥିଲା ଆଝାର

ନୂଆଦିଲ୍ଲୀ: ପାକିସ୍ତାନର ଆରତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲନା ମସୁଦ ଆଝାରକୁ ନେଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଜମ୍ମୁ-କଶ୍ମୀରର ଆତଙ୍କବାଦୀମାନଙ୍କ ପାଇଁ ଟଙ୍କା ଏକାଠି କରିବା ଉଦ୍ଦେଶ୍ୟରେ ଏକମାସ ପାଇଁ ମାସୁଦ ଇଂଲଣ୍ଡ ଯାତ୍ରା କରିଥିଲା। ସେଠାରୁ ସେ ୧୫ଲକ୍ଷ ପାକିସ୍ତାନୀ ଟଙ୍କା ଏକାଠି କରିଥିଲା। ୧୯୯୪ରେ ଭାରତ ଆସିବା ପୂର୍ବରୁ ସେ ସାରଜାହ ଓ ସାଉଦି ଗସ୍ତରେ ବି ଯାଇଥିଲା।

ସୂଚନାଯୋଗ୍ୟ, ଭାରତ ପକ୍ଷରୁ ମସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପ୍ରୟାସ କରାଯାଉଛି। ଚଳିତ ସପ୍ତାହରେ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ ତରଫରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ନେଇ ଚୀନ ଭିଟୋର ବ୍ୟବହାର କରି ଅଟକେଇ ଦେଇଛି। ଏବେ ବି ଏହାକୁ ନେଇ ବିଚାର ଚାଲୁ ରହିଛି।

ସମ୍ବନ୍ଧିତ ଖବର