ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ପାଇଁ ପାକିସ୍ତାନ ଜୈସ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍ ଆଝାରକୁ ଜେଲ୍ରୁ ମୁକ୍ତ କରି ଦେଇଥିବା ଖବର ହସ୍ତଗତ ହେବା ପରେ ଆଝାର ସଂପର୍କିତ ଏକ ବିଶେଷ କଥା ଜାଣିବାକୁ ମିଳିଛି। ଶୀର୍ଷସ୍ତରୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ, ମାସୁଦ୍ ଆଝାର ଏବେ ସଂଗଠନର କଥା ବୁଝୁ ନାହିଁ। ମାସୁଦ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଜୈସ୍ର ସମସ୍ତ ଦାୟିତ୍ୱ ବହନ କରୁଛି ମାସୁଦର ଭାଇ ଅବ୍ଦୁଲ୍ ରୌଫ୍ ଅସଗର।
/sambad/media/post_attachments/wp-content/uploads/2019/09/1551624823-azhar-300x211.jpg)
ଜାତିସଂଘ ଦ୍ୱାରା ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ ହୋଇଥିବା ଆଝାରର ଗତ ଫେବ୍ରୁଆରିରେ ବାଲାକୋଟଠାରେ ଜୈସ୍ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଦ୍ୱାରା ହୋଇଥିବା ଏୟାର୍ ଷ୍ଟ୍ରାଇକ୍ ପରେ ଅସୁସ୍ଥ ହୋଇ ପଡ଼ିଥିବା ଜାଣିବାକୁ ମିଳିିଛି।
ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଆଝାର କେବେ ବି କୌଣସି ଅପରେସନରେ ସାମିଲ୍ ହେଉ ନଥିଲା ବରଂ ସେ ତାଙ୍କ ସଂଗଠନର ପ୍ରଧାନ ପ୍ରେରଣାଦାୟକ ଭାବେ ପରିଚିତ। ସଂଗଠନ ସମ୍ଭାଳିବାରେ ମାସୁଦର ଭାଇ ଅବ୍ଦୁଲ୍ ରୌଫ୍ ଅସଗରର ମୁଖ୍ୟ ଭୂମିକା ରହିଛି।