ପୁଲୱାମା ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ଘଟାଇ ଥାଆନ୍ତା ମସୁଦ୍‌ ଆଝାର

ଶ୍ରୀନଗର: ପୁଲୱାମା ପୂର୍ବରୁ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସରଗନା ମସୁଦ୍‌ ଆଝାର
ଦିଲ୍ଲୀରେ ଆତଙ୍କବାଦୀ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସରଗନା ମସୁଦ୍‌ ଆଝାରର ଏକ ଅଡିଓ କ୍ଲିପ୍‌ ଦିଲ୍ଲୀ ପୁଲିସ ଏବଂ ସେନା ଗୁଇନ୍ଦା ହାତରେ ଲାଗିଛି । ଅଡିଓ କ୍ଲିପ୍‌ ମାଧ୍ୟମରେ କାଶ୍ମୀର ଯୁବକମାନଙ୍କୁ ଦଲାଲ ଜରିଆରେ ଭାରତରେ ଆତଙ୍କବାଦୀ ଆକ୍ରମଣକୁ ସଠିକ୍‌ ରୂପ ଦେବା ପାଇଁ ଉସକାଉଥିବା ଶୁଣିବାକୁ ମିଳିଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସେଲ୍‌ ଏବଂ ସେନା ଇଣ୍ଟେଲିଜେନ୍‌ସ ଜାନୁଆରୀ ୨୪ରେ ରାଜଧାନୀରୁ ଆତଙ୍କବାଦୀ ଅବଦୁଲ୍‌ ଲତିଫ୍‌ ଗନିକୁ ଗିରଫ କରିଥିଲା । ଗନିକୁ ପୁଲିସ ପଚରାଉଚୁରା କରିବା ଆଧାରରେ ହିଲାଲ୍‌ ଅହମ୍ମଦ ଭଟକୁ ଗିରଫ କରିଥିଲା । ଏହାପରେ ଦିଲ୍ଲୀରେ ଜୈଶ-ଏ-ମହମ୍ମଦର ଆଝାର ବଡ ଆତଙ୍କବାଦୀ ବିସ୍ଫୋରଣ ଘଟଣା ଘଟିଥାଆନ୍ତା ବୋଲି ପର୍ଦ୍ଦାଫାସ ହୋଇଛିା


ସୂଚନାଯୋଗ୍ୟ, ଗିରଫ ହୋଇଥିବା ଆତଙ୍କବାଦୀ ଅବଦୁଲ୍‌ ଲତିଫ୍‌ ଗନି ଓ ହିଲାଲ୍‌ ଅହମ୍ମଦ ଭଟଙ୍କ ମୋବାଇଲ୍‌ ମ୍ୟାପିଙ୍ଗରେ ଖୁପିଆ ଏଜେନ୍‌ସିଙ୍କ ମସୁଦ୍‌ ଅଜହରଙ୍କ ସହ ହାତ ଥିବା ଜଣାପଡ଼ିଛି। ଏବଂ ଉକ୍ତ ଅଡିଓ ପୁଲିସ ହାତରେ ଲାଗିଥିଲା। ଯେଉଁଥିରେ ଜଣାପଡିଥିଲା ଉସ୍ମାନ ମସୁଦ୍‌ ଆଝାରର ଭଣଜା ଥିଲା । ଘାଟିରେ ସେନାଙ୍କ ଦ୍ଵାରା ଆତଙ୍କବାଦୀ ଉସ୍ମାନ ମରିବା ପରେ ମସୁଦ୍‌ ଅଜହର ପ୍ରତିଶୋଧ ପରାୟଣ ହୋଇପଡିଥିଲା। ତେଣୁ ସେ ଭାରତରେ ବଡଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଥିଲା ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର