ଶ୍ରୀନଗର: ସୋମବାର ସକାଳୁ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଅଗଲାର ଅନ୍ତର୍ଗତ କାଣ୍ଡି ଗ୍ରାମରେ ଭାରତୀୟ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ମୃତ୍ୟୁବରଣ କରିଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜୈସ୍ ଏ ମହମ୍ମଦ ମୁଖ୍ୟ ମାସୁଦ ଆଝାର ଆଲଭିର ପୁତୁରା ତଲହା ରସିଦ ରହିଛି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଦକ୍ଷିଣ କଶ୍ମୀରର ରାଜପୋରା ସେକ୍ଟର ଠାରୁ ୬ କିଲୋମିଟର ଦୂର କାଣ୍ଡି ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଜମ୍ମୁ-କଶ୍ମୀରଏସ୍ଓଜି, ୪୪ତମ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆତଙ୍କବାଦୀକୁ ସୁରକ୍ଷା କର୍ମୀମାନେ ନିପାତ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ଆଖିବୁଜା ଗୁଳି ବର୍ଷା କରିଥିଲେ। ସୁରକ୍ଷାକର୍ମାମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ।
ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୀମାପାର ହୋଇ ଭାରତରେ ଫିଦାୟିନ୍ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବାକୁ ଆସିଥିବା ଜୈସ୍ ଏ ମହମ୍ମଦ ମୁଖ୍ୟ ମାସୁଦ ଆଝାର ଆଲଭିର ପୁତୁରା ତଲହା ରସିଦ ଓ ତାର ସହଂଯୋଗୀଙ୍କୁ ଟାର୍ଗେଟ କରି ସୁରକ୍ଷାକମୀମାନେ ଅପରେସନ୍ ଚଳାଇଥିଲେ। ଏଥିରେ ସେମାନେ ତଲହା ରସିଦ ସହିତ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତବର୍ଷ କେବଳ ଦକ୍ଷିଣ କଶ୍ମୀରରେ ୭୨ ଜଣ ତଥାକଥିତ ଜିହାଦୀଙ୍କୁ ସୁରକ୍ଷାବାହିନୀ ହତ୍ୟା କରିଛି। ସେମାନଙ୍କ ମଧ୍ୟରେ ଜୈସ ଏ ମହମ୍ମଦ, ହିଜାବୁଲ ମୁଜାହିଦ୍ଦିନ,ଲସ୍କର ଏ ତୋଇବା ଆତଙ୍କବାଦୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/masood.jpg)