ଇସଲାମାବାଦ: ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ତାଲିମ ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ସାରା ବିଶ୍ବ ଭାରତର ଏଭଳି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିବା ବେଳେ ଆଜି ଜୈସ୍ ମୁଖ୍ୟ ମସୁଦ ଆଝାର ପୁଣି ମୁହଁ ଫୁଟାଣି ବାହାର କରିଛି। ସଂଗଠନର ସାପ୍ତାହିକ ମୁଖପତ୍ର ଅଲ୍-କଲାମରେ ସାଦି ଶୀର୍ଷକ ସ୍ତମ୍ଭରେ ମସୁଦ୍ ତାଲିମ ଶିବର ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି ବୋଲି ବାୟୁସେନା କରିଥିବା ଦାବିକୁ ମିଛ ଦର୍ଶାଇଛି। ଏପରିକି ତା ସ୍ବାସ୍ଥ୍ୟରେ ଅବନତି ଘଟିଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛି। ଭାରତର ବିମାନ ଆକ୍ରମଣରେ ତା’ ସଂଗଠନର ସାମାନ୍ୟତମ କ୍ଷତି ହୋଇନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ସମସ୍ତେ ବଞ୍ଚିଛନ୍ତି ଏବଂ ସୁସ୍ଥ ରହିଛନ୍ତି ବୋଲି ମସୁଦ୍ ଦାବି କରିଛି। ଏପରିକି ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ପ୍ରମାଣ ଦେବାକୁ ଏକ ବନ୍ଧୁକ ଚାଳନା କି ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ କରିଛି। ଏଥି ସହିତ ପୁଲଵାମାରେ ଆଦିଲ ଅହମ୍ମଦ ଦର(ସିଆରପିଏଫ୍ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀ) ଲଗାଇଥିବା ନିଆଁ ଏତେ ସହଜରେ ଲିଭିବନି ବୋଲି ମସୁଦ୍ କହିଛି।
ଜୈସ୍-ଏ-ମହମ୍ମଦ, ସମସ୍ତେ ବଞ୍ଚିଛୁ ସୁସ୍ଥ ଅଛୁ
/sambad/media/post_attachments/wp-content/uploads/2019/03/masood.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)