ନୂଆଦିଲ୍ଲୀ : ମଦମୁକ୍ତ ଭାରତ ଦାବିରେ ଆଜି ନୂ୍ଆଦିଲ୍ଲୀ ସ୍ଥିତ ଜନ୍ତରମନ୍ତରଠାରେ ଆୟୋଜିତ ରାଷ୍ଟ୍ରୀୟ ଗଣ ସତ୍ୟାଗ୍ରହରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ୧୫ ଜଣ ପ୍ରତିନିଧି ଯୋଗ ଯୋଗ ଦେଇ ଦେଶ ତଥା ରାଜ୍ୟରେ ମଦ ନିଷେଧ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିଭଳି ସାରା ଭାରତକୁ ନିଶାମୁକ୍ତ କରାଯିବ ସେନେଇ ତୁରନ୍ତ ପଦକ୍ଷେପ ନେବାପାଇଁ ସତ୍ୟାଗ୍ରହୀମାନେ ସରକାରଙ୍କୁ ଅନୁରୋଧ କରିଥିଲେ। ଯଦି ସରକାରଙ୍କ ଦ୍ବାରା ଏନେଇ କୌଣସି ତ୍ବରିତ ପଦକ୍ଷେପ ନିଆନଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ରାଷ୍ଟ୍ରୀୟ ଗଣ ସତ୍ୟାଗ୍ରହରେ ଚେତାବନୀ ଦିଆଯାଇଥିଲା। ପ୍ରତିନିଧିମଣ୍ଡଳର ସଦସ୍ୟମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ପ୍ରତିନିଧି ମଣ୍ଡଳ ଦ୍ବାରା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଦମୁକ୍ତ ଭାରତ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ବାଣୀ ଦାସ, ଗିରିଜି ପ୍ରସାଦ ନାୟକ, ମଳୟ ତ୍ରିପାଠୀ, ପ୍ରିୟନାଥ ଆଚାର୍ଯ୍ୟ, ଖଗେଶ୍ବର ବଳ, କାହ୍ନୁଚରଣ ବେହୁରା, ଅଶୋକ ମହାରଣା, ପିତାମ୍ବର ଭୂୟାଁ, କବିତାରାଣୀ ପରିଡ଼ା, କନକଲତା ଭଂଜ, ତପସ୍ବିନୀ କର, କେଦାରନାଥ ସାହୁ, ଦ୍ରୌପଦି ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ଦିଲ୍ଲୀ ଗଣ ସତ୍ୟାଗ୍ରହରେ ଯୋଗ ଦେଲେ ୧୫ ଜଣିଆ ପ୍ରତିନିଧିମଣ୍ଡଳ
/sambad/media/post_attachments/wp-content/uploads/2019/01/wor-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)