ଆମେରିକା ଇତିହାସରେ ସବୁଠାରୁ ଭୟାନକ ଗୁଳିକାଣ୍ଡ

ଲାସ୍‌ ଭେଗାସ୍‌ ଆକ୍ରମଣ

ଲାସ୍‌ ଭେଗାସ୍‌: ଲାସ୍‌ ଭେଗାସ ମାଣ୍ଡାଲେ ବେ ହୋଟେଲ ପରିସରରେ ଆଜି ଘଟିଥିବା ଗୁଳିକାଣ୍ଡ ଆଧୁନିକ ଆମେରିକା ଇତିହାସରେ ସବୁଠାରୁ ଭୟାନକ ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ୫୦ ଜଣ ନିହତ ହେବା ଏବଂ ୨ ଶହରୁ ଅଧିକ ଗୁଳିମାଡ଼ରେ ଆହତ ହେବା ଘଟଣା ଆମେରିକାକୁ ସ୍ତବ୍ଧ କରିଦେଇଛି। ଆକ୍ରମଣକାରୀ ଷ୍ଟିଫେନ୍‌ ପାଡୋକ୍‌କୁ ମୃତ ଘୋଷଣା କରାଯାଇଛି। ଏହା ପୂର୍ବରୁ ଆମେରିକାର ଫ୍ଲୋରିଡା ନାଇଟ୍‌ କ୍ଲବ୍‌୍‌ରେ ଘଟିଥିବା ଗୁଳିକାଣ୍ଡରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୦୭ରେ ଭିର୍ଜିନିଆରେ ହୋଇଥିବା ଗୁଳିକାଣ୍ଡରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିଲା।
ନିକଟ ଅତୀତରେ ଆମେରିକାରେ ଘଟିଥିବା କେତେକ ବଡ଼ ଧରଣର ଗୁଳିକାଣ୍ଡ-
ଜୁନ୍‌ ୧୨, ୨୦୧୬: ଫୋରିଡା ଓର୍ଲାଣ୍ଡୋ ନାଇଟ୍‌ କ୍ଲବ୍‌ରେ ବନ୍ଧୁକଧାରୀ ଓମାର ମାଟିନ୍‌ର ଆଖିବୁଜା ଗୁଳିବର୍ଷା ଯୋଗୁଁ ୪୯ ଜଣଙ୍କ ମୃତ୍ୟୁ ଘଟିଥତିଲା। ମାଟିନ ପୁଲିସ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଥିଲା।
ଫେବ୍ରୁଆରି ୨୫, ୨୦୧୬: ସେଡ୍ରିକ୍‌ ଫୋର୍ଡ (୩୮) ନାମକ ଜଣେ ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିମାଡ଼ରେ କାନ୍‌୍‌ସାସରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀ ଏକ କାରଖାନା ପରିସରରେ ଏହି ସଂହାରଲୀଳା ଘଟାଇଥିବା ବେଳେ ପୁଲିସ ଗୁଳିରେ ତା’ର ମୃତ୍ୟୁ ଘଟିଥିଲା।
ଡିସେମ୍ବର ୨, ୨୦୧୫: କାର୍ଲିଫର୍ଣ୍ଣିଆର ସାନ୍‌ ବେର୍ନାଡିନୋ ସାମାଜିକ ସେବା କେନ୍ଦ୍ରରେ ଦୁଇ ଜଣ ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୪ ଜଣ ନିହତ ହୋଇଥିଲେ। ଘଟଣାସ୍ଥଳରୁ ଆକ୍ରମଣକାରୀ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଏହାର କିଛି ଘଣ୍ଟା ପରେ ପୁଲିସ ଗୁଳିରେ ସେମାନେ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର