ଏଲଏସିରେ ନିଜର ସାମରିକ ଭିତ୍ତିଭୂମିକୁ ଆହୁରି ଦୃଢ଼ କରୁଛି ଚୀନ୍, ସୈନ୍ୟଙ୍କ ପାଇଁ ତିଆରି କରୁଛି ସ୍ଥାୟୀ କ୍ୟାମ୍ପ

ନୂଆଦିଲ୍ଲୀ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ସୋ ଏବଂ ଡେପସଙ୍ଗ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାରକୁ ନେଇ ନୂଆଦିଲ୍ଲୀ ଏବଂ ବେଜିଂ ଆଲୋଚନା ଜାରି ରଖିଥିବା ବେଳେ ଚୀନ୍ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ନିଜର ସାମରିକ ଭିତ୍ତିଭୂମିକୁ ଆହୁରି ଦୃଢ଼ କରୁଛି। ସଡକ ନିର୍ମାଣ ଏବଂ  କ୍ଷେପଣାସ୍ତ୍ର ନିୟୋଜନ ବ୍ୟତୀତ ଅଧିକ ସୈନ୍ୟ ଠୁଳ କରିବା ପାଇଁ କ୍ୟାମ୍ପ ତିଆରି କରୁଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

“ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ତିବ୍ଦତର ଜିଆଣ୍ଟସେରେ ଏକ ବଡ଼ .ସେନାକ୍ୟାମ୍ପ ନିର୍ମାଣ କରୁଛି ଯାହା ସ୍ଥଳସେନା ପାଇଁ ଉଦ୍ଦିଷ୍ଟ ଥିବା ଜଣାପଡିଛି। ଜାନୁଆରୀ ୨୦୨୦ପରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୧ ମସିହାରେ ନିର୍ମାଣ କାମ ଶେଷ ହେବାର ସମ୍ଭାବନା ରହିଛି । ସୂତ୍ରରୁ ପ୍ରକାଶ ଯେ, ତିଆରିି କରାଯାଉଥିବା ଏହି ନୂତନ ସେନାକ୍ୟାମ୍ପରେ ୬ଟି ବାଟାଲିଅନର କ୍ଷେତ୍ର ମୁଖ୍ୟାଳୟ,ଏକ ପ୍ରଶାସନିକ .କୋଠା ଏବଂ ୬୦୦ରୁ ଅଧିକ ଯାନ ଏବଂ ଯନ୍ତ୍ରପାତି ରହିବାର ପ‌ାଇଁ ଗ୍ୟାରେଜ ତିଆରି କରାଯାଉଛି। ଜିଆଣ୍ଟସେ ଠାରୁ ପ୍ରାୟ ୧୪କିଲୋମିଟର ଦୂରରେ ଏକ ଆର୍ଟିଲିରି ବାଟାଲିଅନ୍ ରହିବ ବୋଲି ଜଣାପଡ଼ିଛି |

Satellite images show PLA buildup at Galwan
The Tribune India

ଜଣେ ସେନା ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ତିଆରି ହେଉଥିବା ନୂତନ ସେନାକ୍ୟାମ୍ପ ଏପରି ଏକ ସ୍ଥାନରେ ଅବସ୍ଥିତ ଯେଉଁଠାରୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗକୁ ଏବଂ ସିକ୍କିମକୁ ସହଜରେ ଯାଇହେବ। ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଅବସ୍ଥିତ ତାୱାଙ୍ଗ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ପ୍ରମୁଖ ବିବାଦ ପାଲଟିଛି। ଅଧିକାରୀ ଜଣକ ଆହୁରି କହିଛନ୍ତି, ଜୁନ୍ ଏବଂ ଜୁଲାଇର ଚିତ୍ର ନିଶ୍ଚିତ କରେ ଯେ ପୂର୍ବ କ୍ଷେତ୍ରର ଏକାଧିକ ପଏଣ୍ଟରେ ଚୀନ୍ ସୀମା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରୁଛି।

ସମ୍ବନ୍ଧିତ ଖବର