ନୂଆଦିଲ୍ଲୀ: ୟୁକ୍ରେନର ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ରବିବାର ପ୍ରଚଣ୍ଡ ବିସ୍ଫୋରଣ ଓ ଗୋଳାବର୍ଷା ହୋଇଛି। ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ପ୍ରାୟ ୧୨ରୁ ଅଧିକ ଗୋଳାବର୍ଷା ହୋଇଛି। ଶକ୍ତିକେନ୍ଦ୍ରର ଅନେକ ଉପକରଣ ଏଥିଯୋଗୁ ନଷ୍ଟ ହୋଇଯାଇଛି। ଜାତିସଂଘ ଆଇଏଇଏ ( ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି) ଉକ୍ତ ଘଟଣା‌ରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜାତିସଂଘ ଆଇଏଇଏ ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରସି କହିଛନ୍ତି, ଏକ ପ୍ରମୁଖ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଛି ଏବଂ ଏହା ଅଗ୍ରହଣୀୟ। ରାଫେଲ କହିଛନ୍ତି, ଏହା ପଛରେ ଯିଏ ବି ଥାଉନା କାହିଁକି, ଏହା ତୁରନ୍ତ ବନ୍ଦ ହେବା ଉଚିତ।

Advertisment

ପରମାଣୁ ଦୁର୍ଘଟଣା ହେବା‌ ନେଇ ରୁଷ୍‌ର ଚେତାବନୀ
ନିଆଁ ସହ ଖେଳୁଛ: ଜାତିସଂଘ ଆଇଏଇଏ ମୁଖ୍ୟ
ରୁଷ୍‌ ପ୍ରାୟ ୫ ହଜାର ମିସାଇଲ ବ୍ୟବହାର କରିଛି: ଜେଲେନ୍‌ସ୍କି

ପୂର୍ବରୁ ମଧ୍ୟ ମୁଁ ଅନେକ ଥର କହିଛି ଯେ ତୁମେମାନେ ନିଆଁ ସହ ଖେଳୁଛ। ଗୋଳାବର୍ଷା ଯୋଗୁଁ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ଥିବା କିଛି କୋଠା ଏବଂ ଉପକରଣ ନଷ୍ଟ ହୋଇଯାଇଛି। କିନ୍ତୁ ଏଥିଯୋଗୁଁ କୌଣସି ପରମାଣୁ ବିପଦ ସୃଷ୍ଟି ହୋଇନି। ଇତି ମଧ୍ୟରେ ରୁଷ୍‌ର ପରମାଣୁ ମୁଖ୍ୟ ଜାପୋରିଝିଆରେ ସମ୍ଭାବ୍ୟ ପରମାଣୁ ଦୁର୍ଘଟଣା ନେଇ ଚେତାବନୀ ଦେଇଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୟୁକ୍ରେନ ସେନା ଦ୍ବାରା ହୋଇଥିବା ଆକ୍ରମଣର ଜବାବ ଦେଇ ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଛି। ରୁଷ୍‌ ରବିବାର ଦିନ ପୂର୍ବ ୟୁକ୍ରେନରେ ପ୍ରାୟ ୪୦୦ ଗୋଳାବର୍ଷା କରିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷ୍‌ ୪୭୦୦ରୁ ଅଧିକ ମିସାଇଲ ବ୍ୟବହାର କରିଛି ବୋଲି ସେ ଦାବି କରିଛନ୍ତି।