ନଇଡ଼ା ମେଟ୍ରୋ ହସ୍‌ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଗୁରୁବାର ସକାଳେ ନଇଡ଼ାର ସେକ୍ଟର୍‌ ୧୨ରେ ଥିବା ଏକ ପ୍ରମୁଖ ଡାକ୍ତରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ମେଟ୍ରୋ ହସ୍‌ପିଟାଲ୍‌ର କାଚ ଝରକା ଭଙ୍ଗାଯାଇ ବହୁ ଲୋକଙ୍କୁ ବାହାର କରାଯାଉଛି। ଘଟନାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚାଲୁ ରଖିଛନ୍ତି।

ନିଆଁ ଲାଗିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହାର୍ଟ ଓ ମଲ୍ଟିସ୍ପେସାଲିଟି ବିଭାଗରେ ବିଭକ୍ତ ୩୧୭ ଶଯ୍ୟା ବିଶିଷ୍ଟ ଉକ୍ତ ଡାକ୍ତରଖାନାରେ ବିଭିନ୍ନ ଭାଗରେ କେତେକ ଲୋକ (ଅଧିକାଂଶ ରୋଗୀ) ଅଟକି ରହିଥିବା ଆଶଙ୍କା କରାଯାଉଛି।

ଏ ପର୍ଯ୍ୟନ୍ତ ୪୦ ଜଣଙ୍କୁ ଉଦ୍ଧାର କରାଯାଇ ସାରିଲାଣି।

ସମ୍ବନ୍ଧିତ ଖବର