କ୍ରିକେଟିଅର ଶ୍ରୀସନ୍ଥଙ୍କ ବାସଭବନରେ ବଡ଼ ଧରଣର ଅଗ୍ନିକାଣ୍ଡ; ଅଳ୍ପକରେ ବର୍ତ୍ତିଲେ ପତ୍ନୀ ଓ କନ୍ୟା

କୋଚି: ଭାରତୀୟ କ୍ରିକେଟ ଟିମ୍‌ର ବିବାଦୀୟ ବୋଲର ଏସ୍‌ ଶ୍ରୀସନ୍ଥଙ୍କ କେରଳର କୋଚି ସ୍ଥିତ ଇଡାପାଲ୍ଲୀ ବାସଭବନରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରୁ ଅଳ୍ପକରେ ବର୍ତ୍ତି ଯାଇଛନ୍ତି ଶ୍ରୀସନ୍ଥଙ୍କ ପତ୍ନୀ ଓ କନ୍ୟା। ଅଗ୍ନିକାଣ୍ଡ ଘଟିବା ସମୟରେ ଶ୍ରୀସନ୍ଥ ଘରେ ଉପସ୍ଥିତ ନଥିବା ବେଳେ ତାଙ୍କ ପତ୍ନୀ ଓ କନ୍ୟା ଘରେ ଉପସ୍ଥିତ ଥିଲେ। ତେବେ, ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ୬ଟି ନିଆଁ ଲାଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଜଳୁଥିବା ଘର ମଧ୍ୟରୁ ଶ୍ରୀସନ୍ଥଙ୍କ ପତ୍ନୀ ଓ କନ୍ୟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଶ୍ରୀସନ୍ଥଙ୍କ କେରଳର କୋଚି ସ୍ଥିତ ଇଡାପାଲ୍ଲୀ ବାସଭବନରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ତାଙ୍କ ଘରର ପ୍ରାୟ ୮୦ ପ୍ରତିଶତ ଜଳିଯାଇଛି। ତେବେ, ଅଗ୍ନିକାଣ୍ଡ ବେଳେ ସେହି ଘରେ ଉପସ୍ଥିତ ଥିବା ଶ୍ରୀସନ୍ଥଙ୍କ ପତ୍ନୀ ଓ କନ୍ୟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମର୍ଥ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର