ବେଙ୍ଗାଲୁରୁ: ମୃତ୍ୟୁ କେବେ, କେମିତି ଓ କେଉଁ ପରିସ୍ଥିତିରେ ଆସେ ତାହା କିଏ କହିପାରିବ? କେହି କ’ଣ କେବେ ଭାବି ଥିବେ ଶୋଇଥିବା ଅବସ୍ଥାରେ ବି ଅଗ୍ନିକାଣ୍ଡ ଘଟି ତାଙ୍କ ଜୀବନ ଯାଇପାରେ! ବାଙ୍ଗଲୁରରେ ଘଟିଯାଇଛି ଏକ ଲୋମଟାଙ୍କୁରା ଅଗ୍ନିକାଣ୍ଡ। ଯେଉଁ ଅଗ୍ନିକାଣ୍ଡ ହେତୁ ଅକାରଣେ ଚାଲିଗଲା ୫ ଜୀବନ।
ଘଟଣାଟି ଘଟିଛି ବେଙ୍ଗାଲୁରୁର ପରିବା ମାଣ୍ଡି ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଥିବା କୁମ୍ଭାର ସଂଘ ବିଲ୍ଡିଂର ଗ୍ରାଉଣ୍ଡ୍ ଫ୍ଲୋରରେ ‘କୈଳାସ ବାର୍ ଆଣ୍ଡ୍ ରେଷ୍ଟୁରାଣ୍ଟ୍’ ରହିଥିଲା। ସେଠାରେ କର୍ମଚାରୀମାନେ ରହିବାର ସୁବିଧା ଉପଲବ୍ଧ ଥିଲା। ରାତିରେ ରେଷ୍ଟୁରାଣ୍ଟ କାମ ସରିବା ପରେ କେତେକ କର୍ମଚାରୀ ସେହିଠାରେ ବିଶ୍ରାମ ନେଇଥିଲେ।
#SpotVisuals from Bengaluru: 5 employees, who were sleeping inside, charred to death after fire broke out at a restro-bar in Kumbaara Sangha building at 2.30 am, last night, pic.twitter.com/LsvvZauc0F
— ANI (@ANI) January 8, 2018
ରବିବାର ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ହଠାତ ସ୍ଥାନୀୟ ଲୋକେ ରେଷ୍ଟୁରାଣ୍ଟ୍ ଭିତରୁ ଦେଖିବାକୁ ପାଇଲେ ଧୂଆଁ। ସେମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ପୁଲିସ୍କୁ ସୂଚୀତ କରିଥିଲେ। ଅନେକଙ୍କୁ ଅଗ୍ନିଶମ ବିଭାଗ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ୫ ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଥିଲା। ମୃତକମାନେ ହେଉଛନ୍ତି ସ୍ୱାମୀ(୨୩), ପ୍ରସାଦ(୨୨), ମଞ୍ଜୁନାଥ(୪୫), କ୍ରୀତ୍ତି(୨୪), ମହେଶ(୩୫)। ସେମାନେ ଶୋଇଥିବା ଅବସ୍ଥାରେ ତାଙ୍କ ଜୀବନ ଚାଲି ଯାଇଛି। ମୃତ ଶରୀରକୁ ପୁଲିସ୍ ଉଦ୍ଧାର କରି ସୋମବାରେ ଭିକ୍ଟୋରିଆ ହସ୍ପିଟାଲ୍କୁ ଶରୀରର ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ, ନିଆଁ କିପରି ଲାଗିଛି ତାହା ଏଯାଏ ଜଣାପଡ଼ିନାହିଁ। ଏହି ଘଟଣାର ତଦନ୍ତ ପୁଲିସ୍ ଆରମ୍ଭ କରିଛି।