ମିଆଁମାର୍‌ ସାମରିକ ଶାସନ ବିରୋଧରେ ବିରାଟ ଆନ୍ଦୋଳନ, ଶତାଧିକ ଗିରଫ

ନୂଆଦିଲ୍ଲୀ: ମିଆଁମାରରେ ଗଣତାନ୍ତ୍ରିକ ସରକାରକୁ କ୍ଷମତାଚ୍ୟୁତ କରି ରାତାରାତି ସେନା କ୍ଷମତା ଦଖଲ କରିନେଇଥବା ବେଳେ ଏହା ବିରୋଧରେ ବିଶାଳ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ହଜାର ହଜାର ଜନତା ଆଜି ୟଙ୍ଗୁନ୍‌ ଏବଂ ମାଣ୍ଡ୍‌ଲେ ସହରରେ ଏକତ୍ରିତ ହୋଇ ସାମରିକ ଶାସନ ତୁରନ୍ତ ହଟାଇବାକୁ ଦାବି କରିଥିଲେ।

ସେନା ପକ୍ଷରୁ ମଧ୍ୟ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଲୋକଙ୍କୁ ଘଉଡାଇବାକୁ ପାଣି ତୋପ ମାଡ଼ ‌କରାଯାଇଥିଲା। ଆଜି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ଦେଶରେ ଗତ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିଲା ଏବଂ ଜାଲିଆତି କରି କ୍ଷମତା ଦଖଲ କରିଥିବା ନେତାମାନେ ଦେଶକୁ ଚଳାଇ ପାରିବେ ନାହିଁ। ଦେଶରେ ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସାମରିକ ଶାସନ ଜାରି ରହିବ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର