୧୫ ବର୍ଷ ପରେ ‘ଗୁଜରାଟ ଅକ୍ଷରଧାମ’ ଆକ୍ରମଣର ମାଷ୍ଟରମାଇଣ୍ଡ ଗିରଫ, ୩୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା

ଗାନ୍ଧିନଗର: ଗୁଜରାଟ ଅକ୍ଷରଧାମ ଆକ୍ରମଣର ମାଷ୍ଟରମାଇଣ୍ଡ ୧୫ ବର୍ଷ ପରେ ଶନିବାର ଗିରଫ ହୋଇଛି। ଆଧ୍ୟାତ୍ମିକସ୍ଥଳରେ ୨୦୦୨ରେ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଅହମଦାବାଦରୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ଅଜମେରୀ ଅବଦୁଲ୍‌ ରସିଦ ନାମରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ରସିଦ ଆତଙ୍କୀମାନଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣ ଘଟଣାରେ ୩୦ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଯାଇଥିଲା। କୋର୍ଟ ତରଫରୁ ଦୋଷମୁକ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଭାଇ ହେଉଛନ୍ତି ରାସିଦ।

ରିୟାଦରୁ ଫେରୁଥିବା ବେଳେ ଅହମଦାବାଦ ପୁଲିସର କ୍ରାଇମ ବ୍ରାଞ୍ଚ ରସିଦକୁ ଗିରଫ କରିଥିଲା। ଏହି ମାମାଲାରେ ଗୁଜରାଟ ପୁଲିସ ପୂର୍ବରୁ ୬ଜଣଙ୍କୁ ଗିରଫ କରିଥିଲା। ଆକ୍ରମଣ ପାଇଁ ଷଡଯନ୍ତ୍ର କରିଥିବା ନେଇ ସେମାନେ ଗିରଫ ହୋଇଥିଲେ। ଏଥିରେ ଅବଦୁଲ ରସିଦର ଭାଇ ଆଜମେରୀ ଆଦାମ ମଧ୍ୟ ସାମିଲ ଥିଲା।

ସୂଚନାଯୋଗ୍ୟ, ୨୦୦୨ ସେପ୍ଟେମ୍ବର ୨୪ରେ ୨ଜଣ ଆତଙ୍କବାଦୀ ଗ୍ରେନେଡ ସାହାଯ୍ୟରେ ଗୁଜରାଟର ଅକ୍ଷରଧାମ ମନ୍ଦିର ଉପରକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଥିଲେ। ଘଣରାର ପରଦିନ ଏନ୍‌ଏସ୍‌ଜିର ଯବାନମାନେ ୨ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ଆତଙ୍କବାଦୀମାନେ ଲସ୍କର ଓ ଜୈଶ ସଂଗଠନର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର