ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ ୨୩ଟି ରାଜନୈତିକ ଦଳକୁ ନେଇ ଏକ ମହାମେଣ୍ଟ ଗଠନ କରିଛନ୍ତି। ଏହି ମହାମେଣ୍ଟର ନାଁ ରହିଛି ପାକିସ୍ତାନ ଆଓ୍ଵାମି ଇତ୍ତେହାଦ୍ (ପିଏଆଇ)। ଏହାର ମୁଖ୍ୟ ଆବାହକ ରହିଛନ୍ତି ୭୪ ବର୍ଷୀୟ ମୁସାରଫ। ଇକବଲ୍ ଦାର ପିଏଆଇର ସାଧାରଣ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଦୁବାଇରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁସାରଫ କହିଛନ୍ତି ଯେ ମୁହାଜିର ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ଦଳ କତ୍ରିତ ହେବା ଉଚିତ୍। ସେ ମଧ୍ୟ ମୁତ୍ତାହିଦା କୌମି ମୁଭମେଣ୍ଟ୍ (ଏମକ୍ୟୁଏମ୍) ଏବଂ ପାକ୍ ସର୍ଜାମିନ୍ ପାର୍ଟି (ପିଏସପି)କୁ ଏହି ମହାମେଣ୍ଟରେ ଯୋଗ ଦେବାଲାଗି ଆମନ୍ତ୍ରିତ କରିଛନ୍ତି। ତେବେ ସମସ୍ତ ସଭ୍ୟ ଦଳ ଗୁଡ଼ିକ ଗୋଟିଏ ନାଁରେ ନିର୍ବାଚନ ଲଢ଼ିବା ହିଁ ଏହି ମହାମେଣ୍ଟର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ମୁସାରଫ ଖୁବ୍ ଶୀଘ୍ର ପାକିସ୍ତାନ ଫେରିବେ ବୋଲି ଘୋଷଣା କରିଛନ୍ତି। ତେବେ ମୁସାରଫଙ୍କ ବିରୋଧରେ ଗତବର୍ଷ ଏକ ସ୍ୱତନ୍ତ୍ର କୋର୍ଟ ଦେଶଦ୍ରୋହ ମାମଲା ଲଗାଇଥିବା ବେଳେ ବେନଜିର ଭୁଟ୍ଟୋ ହତ୍ୟା ମାମଲାରେ ଚଳିତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ ପଳାତକ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ମୁସାରଫ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାଗୁଡ଼ିକର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଜି କହିଛନ୍ତି।
୨୩ ଦଳକୁ ନେଇ ମହାମେଣ୍ଟ ଗଠନ କଲେ ମୁସାରଫ
/sambad/media/post_attachments/wp-content/uploads/2017/11/144185-004-1E3DE435.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)