ମ୍ୟାଚ୍‌ ଫିକ୍ସିଂ ମାମଲା: ବୁକି ସଞ୍ଜୀବ ଚାୱଲାଙ୍କ ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁରି

ଲଣ୍ଡନ: ୨୦୦୦ ମସିହା‌ ମ୍ୟାଚ୍‌ ଫିକ୍ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ଚାୱଲାଙ୍କ ପ୍ରତ୍ୟର୍ପଣକୁ ସୋମବାର ବ୍ରିଟେନ୍‌ର ଏକ କୋର୍ଟ ମଞ୍ଜୁରି ପ୍ରଦାନ କରିଛନ୍ତି। ୱେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ୫୦ ବର୍ଷୀୟ ଚାୱଲାଙ୍କ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି। ତେବେ ଔପଚାରିକ ପ୍ରତ୍ୟର୍ପଣ ଆଦେଶ ନିମନ୍ତେ ମାମଲା ଏବେ ବ୍ରିଟେନ୍‌ର ଗୃହ ସଚିବ ସାଜିଦ୍‌ ଜାଭିଦ୍‌ଙ୍କ ନିକଟକୁ ଯିବ। ଏହି ମ୍ୟାଚ୍‌ ଫିକ୍ସିଂ ମାମଲାରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ହାଁସି କ୍ରୋନିଏ ସମ୍ପୃକ୍ତ ଥିଲେ। ତେବେ ଖବର ମୁତାବକ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଚାୱଲା ୧୯୯୬ରେ ବ୍ୟବସାୟୀ ଭିଜା ଦ୍ବାରା ବ୍ରିଟେନ୍‌ ପଳାଇଥିଲେ। ଏହାପରେ ସେ ଭାରତ ଯିବାଆସିବା କରୁଥିଲେ। ୨୦୦୦ ମସିହାରେ ଭାରତୀୟ ପାସ୍‌ପୋର୍ଟ ରଦ୍ଦ ହୋଇଯିବା ପରେ ୨୦୦୫ରେ ବ୍ରିଟେନ୍‌ ଭିଜା ହାସଲ କରିଥିଲେ। ସେବେଠାରୁ ସେ ବ୍ରିଟେନ୍‌ରେ ରହିଆସୁଛନ୍ତି।

ସମ୍ବନ୍ଧିତ ଖବର