ପ୍ରଖ୍ୟାତ ଗଣିତଜ୍ଞ ବଶିଷ୍ଠ ନାରାୟଣଙ୍କ ପରଲୋକ

ପାଟନା : ପ୍ରଖ୍ୟାତ ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂହଙ୍କର ଆଜି ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ପାଟନା ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବଶିଷ୍ଠଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମୋଦୀ କହିଛନ୍ତି, ଦେଶ ବିଜ୍ଞାନ କ୍ଷେତ୍ରରେ ଥିବା କିଛି ବିରଳ ପ୍ରତିଭାଙ୍କ ମଧ୍ୟରୁ ଜଣଙ୍କୁ ହରାଇଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବଶିଷ୍ଠଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ନୀତୀଶ ଘୋଷଣା କରିଛନ୍ତି । ଭୋଜପୁର ଜିଲ୍ଲାର ବସନ୍ତପୁର ଗ୍ରାମରେ ଜନ୍ମିତ ‌ ବଶିଷ୍ଠ ପାଟନା ସାଇନ୍ସ କଲେଜ୍‌ରେ ଅଧ୍ୟୟନ କରିବାପରେ ସେ ୧୯୬୫ରେ ଉଚ୍ଚ ଶିକ୍ଷା ପାଇଁ କାଲିଫର୍ଣ୍ଣିଆ ଯାଇଥିଲେ। ସେ ଆଇଆଇଟି କାନପୁର ଏବଂ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନଷ୍ଟିଚ୍ୟୁଟ୍‌, କୋଲକାତାରେ ଶିକ୍ଷାଦାନ କରିଛନ୍ତି।

ସମ୍ବନ୍ଧିତ ଖବର