ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାରେ ଜଣେ ବାଳକ ଭିଡିଓ ଗେମ ଖେଳୁଥିବା ସମୟରେ ଆକସ୍ମିକ ଭାବେ ମୋବାଇଲ ଫୋନ ଫାଟି ଯାଇଥିଲା। ଏହି ଦୁର୍ଘଟଣାରେ ୧୩ବର୍ଷର ବାଳକ ଜଣକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ବାଳକଙ୍କ ନାମ ଜୁନେଦ ବୋଲି ଜଣାପଡ଼ିଛି।
ଗୁରୁତର ବାଳକ ଜୁନେଦଙ୍କ ବାପା ମହମ୍ମଦ ଜାଭେଦଙ୍କ କହିବାନୁସାରେ, ପୁଅ ଘରେ ଏକ ରେଡମି ମୋବାଇଲରେ ଭିଡିଓ ଗେମ ଖେଳୁଥିଲା। ଏହି ସମୟରେ ଏକ ବଡ଼ଧରଣ ଶବ୍ଦ ହୋଇଥିଲା। ପୁଅ ଥିବା ଘର ଭିତରୁ ଦୌଡ଼ି ଗଲା ବେଳକୁ ଗୁରୁତର ଅବସ୍ଥାରେ ଜୁନେଦ ବିଛଣାରେ ପଡ଼ି ରହିଥିଲା। ସଙ୍ଗେସଙ୍ଗେ ଆମେ ତାକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ସେଠାରେ ଡାକ୍ତର ତାର ଚିକିତ୍ସା କରିବା ପରେ ସେ ବିପଦମୁକ୍ତ ଅଛି। ଏହି ଦୁର୍ଘଟଣାରେ ତାର ହାତର ପାପୁଲି, ପେଟ ଓ ଚେହେରା ଜଳି ଯାଇଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ବରେଲିରେ ମୋବାଇଲ ଫାଟିବା ହେତୁ ଜଣେ ଶିଶୁର ଜୀବନ ଚାଲି ଯାଇଥିଲା। ଶିଶୁ ଜଣକ ମୋବାଇଲ ଫୋନ ଚାର୍ଜରେ ବସିଥିବା ବେଳେ ବ୍ୟବହାର କରୁଥିଲା। ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଏଥିରେ ନୀରିହ ଶିଶୁର ଜୀବନ ବଳି ପଡ଼ି ଯାଇଥିଲା। ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପିଲାମାନେ ଫୋନ ଧରିଥିବା ବେଳେ ବାପା-ମା’ ସେମାନଙ୍କ ଉପରେ ନଜର ରଖିବା ନିହାତି ଆବଶ୍ୟକ ବୋଲି ସୂଚିତ କରାଯାଉଛି।