ପୁଲିସ ସହାୟତା ବିନା ମଥୁରା ଓ ବୃନ୍ଦାବନରେ ମନ୍ଦିର ଖୋଲିବାକୁ କୁଣ୍ଠାବୋଧ କରୁଛନ୍ତି ପରିଚାଳନା କମିଟି

ଆଗ୍ରା: ଶାରୀରିକ ଦୂରତା ନିୟମ ପ୍ରବର୍ତ୍ତନ କରାଇବାକୁ ଯଥେଷ୍ଟ ପୁଲିସ ମୁତୟନ କରା ନ ଗଲେ ଜୁନ୍ ୮ ତାରିଖ ଠାରୁ ମଥୁରା ଓ ବୃନ୍ଦାବନରେ ଥିବା ପ୍ରମୁଖ ମନ୍ଦିର ସବୁ ଦ୍ବାରା ଫିଟାଇବାକୁ କୁଣ୍ଠାବୋଧ କରୁଛନ୍ତି। ପୁଲିସ ନ ରହିଲେ ୮୦% ତୀର୍ଥଯାତ୍ରୀ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ହୋଇଯିବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯିବା କାରଣରୁ ମାର୍ଚ ୨୨ ତାରିଖ ଠାରୁ ମଥୁରା ଓ ବୃନ୍ଦାବନରେ ଶହ ଶହ ମନ୍ଦିର ବନ୍ଦ କରାଯାଇଥିଲା। ଜୁନ୍ ୮ ତାରିଖ ଠାରୁ ପୁଣି ମନ୍ଦିର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେବା ପରେ ବୁଧବାର ଦିନ ମନ୍ଦିର ପରିଚାଳନା କମିଟି ସବୁ ଜିଲ୍ଲା ପ୍ରଶାସନ ସହ ବୈଠକ ବସାଇଥିଲେ।

Image Courtesy of Patrika

ବାଙ୍କେବିହାରୀ, ଦ୍ବାରକାଧୀଶ, ଇସ୍କନ୍ ଏବଂ ରାଧାରମଣ ଭଳି କେତେକ ପ୍ରସିଦ୍ଧ ମନ୍ଦିରର ପ୍ରତିନିଧିମାନେ ସାମାଜିକ ଦୂରତ୍ବ ବଜାୟ ରଖିବା ନିମନ୍ତେ ପୁଲିସ ଫୋର୍ସ ମୁତୟନ ପାଇଁ ଦାବି ଉଠାଇଥିଲେ।

ବାଙ୍କେବିହାରୀ ମନ୍ଦିରର ମମ୍ମୁ ଗୋସ୍ବାମୀ କହିଛନ୍ତି, ଅଧିକାଂଶ ମନ୍ଦିରର ପଥ ଅଣଓସାରିଆ ହୋଇଥିବାରୁ ପୁଲିସ ମୁତୟନ ବିନା ମନ୍ଦିର ଖୋଲିଲେ, ଜନଗହଳି ସମୟରେ ସାମାଜିକ ଦୂରତ୍ବ ନିୟମ ବଜାୟ ରଖିବା କଷ୍ଟକର ହେବ। ଯଦି ଉପଯୁକ୍ତ ଯତ୍ନ ନ କରାଯାଏ  ୮୦% ଯାତ୍ରୀ ସଂକ୍ରମିତ ହେବେ ଓ ପୁଣି ଥରେ ମନ୍ଦିର ବନ୍ଦ କରିବାକୁ ପଡ଼ିବ।

ରଙ୍ଗନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଙ୍ଘ ଶ୍ରୀନିବାସନ୍ ଦାବି କରିଛନ୍ତି ଯେ, ମନ୍ଦିର ଦର୍ଶନ ପାଇଁ ପ୍ରଶାସନ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ଅନୁମତି ଦେବା ଉଚିତ।

ସମ୍ବନ୍ଧିତ ଖବର