ପଞ୍ଜାବ ସରକାର କଲେ ବଡ଼ ଘୋଷଣା, ଏଥର ବିନା ପରୀକ୍ଷାରେ ସବୁ ପିଲା ମାଟ୍ରିକ୍‌ ପାସ୍‌

ଚଣ୍ଡିଗଡ଼: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସରକାର ଏଯାଏ କୌଣସି ଘୋଷଣା କରିନାହାନ୍ତି । ଖୁବ୍ ଶୀଘ୍ର ସରକାର ଏନେଇ ବିଚାର କରିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଥିଲେ।

କହିରଖୁ କି ପଞ୍ଜାବରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୪ଟି ବିଷୟରେ ପରୀକ୍ଷା ଦେଇ ସାରିଛନ୍ତି । କେବଳ ଗୋଟିଏ ବିଷୟରେ ପରୀକ୍ଷା ବାକି ରହିଛି। ପଞ୍ଜାବ ଶିକ୍ଷାବୋର୍ଡ ଏହି ୪ ଟି ବିଷୟକୁ ନେଇ ମିଳିବାକୁ ଥିବା ମାର୍କ ଆଧାରରେ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରିବ । ସେହିପରି ଅଷ୍ଟମ ଓ ଦଶମ ଶ୍ରେଣୀ ପିଲାମାନେ ଦେଇଥିବା ପ୍ରି ବୋଡ ଓ ଇଣ୍ଟରନାଲ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ସେମାନଙ୍କର ପରୀକ୍ଷା ଫଳ ଘୋଷଣା କରାଯିବ ।

କହିରଖୁ କି ପଞ୍ଜାବରେ ବି କରୋନା ସଂକ୍ରମଣ ଦୃତ ହାରରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୩ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର