ଭଲ ବର ଖୋଜିବାରେ ବିଫଳ ହେବାରୁ ୫୦ହଜାର ଟଙ୍କା ଫେରାଇବ ମାଟ୍ରିମୋନିଆଲ କମ୍ପାନି
ମୋହାନୀ : ଆଜିକାଲି ବିବାହ ପାଇଁ ପୁଅ ବା ଝିଅ ମିଳିବା କଷ୍ଟକର ହୋଇ ପଡ଼ିଥିବା ବେଳେ ଅନେକ ମାଟ୍ରିମୋନିଆଲ କମ୍ପାନି ଏ ନେଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ପୁଅ ବା ଝିଅର ସମସ୍ତ ବିବରଣୀ ନେବା ପରେ ସେମାନେ ନିଜର େଓ୍ଵବ୍ସାଇଟ୍ ଜରିଆରେ ଲୋକଙ୍କୁ ଉପଯୁକ୍ତ ବୋହୂ ବା ଜ୍ୱାଇ ଖୋଜି ଦେଉଛନ୍ତି । କିନ୍ତୁ ବେଳେ ବେଳେ ଲୋକେ ମାଟ୍ରିମୋନିଆଲ ସାଇଟ୍ର ସହାୟତା ନେଇ ମଧ୍ୟ ସଫଳ ହୋଇ ପାରନ୍ତି ନାହିଁ । ଏବେ ଏକ ମାଟ୍ରିମୋନିଆଲ ସାଇଟ୍ ଭଲ ବର ଖୋଜି ନ ପାରିବାରୁ ନେଇଥିବା ୫୦ହଜାର ଟଙ୍କା ଫେରାଇଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମୋହାନୀରେ ରହୁଥିବା ସୁରେନ୍ଦ୍ର ପାଲ ସିଂହଙ୍କ କହିବା ଅନୁଯାୟୀ, ୨୦୧୭ରେ ନିଜ ଡାକ୍ତର ଝିଅର ବିବାହ ପାଇଁ ସେ ଖବରକାଗଜରେ ଉପଯୁକ୍ତ ବର ଖୋଜିବା ନେଇ ବିଜ୍ଞାପନ ଦେଇଥିଲେ । ଯାହା ପରେ େଓ୍ଵଡିଙ୍ଗ ବିଶେଷ ନାମକ ଏକ ମାଟ୍ରିମୋନିଆଲ କମ୍ପାନି ତାଙ୍କୁ ସଂପର୍କ କରିଥିଲା । କମ୍ପାନି ପକ୍ଷରୁ କରାଯାଉଥିବା ଦାବି ଉପରେ ଖୁସି ହୋଇ ୫୦ହଜାର ଟଙ୍କା ଦେବା ସହ ଚୁକ୍ତିନାମାରେ ହସ୍ତାକ୍ଷର କରିଥିଲେ ସୁରେନ୍ଦ୍ର ପାଲ । ୯ମାସ ମଧ୍ୟରେ ଭଲ ବର ଖୋଜିଦେବା ପାଇଁ କହିଥିଲେ ମଧ୍ୟ କମ୍ପାନି ନିଜର ପ୍ରତିଶ୍ରୁତି ରକ୍ଷା କରି ପାରି ନଥିଲା । ଯାହା ପରେ ସୁରେନ୍ଦ୍ର ପାଲ ହୋଇଥିବା ଚୁକ୍ତିକୁ ସମାପ୍ତ କରିବା ସହ ସୁଧ ସମେତ ଦେଇଥିବା ଟଙ୍କା ମାଗିଥିଲେ । କିନ୍ତୁ ଶତ ପ୍ରତିଶତ ଆଶ୍ୱାସନା ବିନା ହିଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା ବୋଲି ମାଟ୍ରିମୋନିଆଲ କମ୍ପାନି ଜବାବ ରଖିଥିଲା ।
ଏ ନେଇ ଜିଲ୍ଲା ଉପଭୋକ୍ତା ଫୋରମ୍ରେ ଅଭିଯୋଗ ହେବା ପରେ ଦୁଇ ପକ୍ଷର କଥା ଶୁଣି, ଏ ସବୁ ପାଇଁ ସୁରେନ୍ଦ୍ର ପାଲଙ୍କ ସମୟ ନଷ୍ଟ ହେବା ସହ ତାଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ମିଳିଛି । ମାଟ୍ରିମୋନିଆଲ କମ୍ପାନୀ ହୋଇ ମଧ୍ୟ ସେ ଭଲ ବର ଖୋଜିବାରେ ବିଫଳ ହେବା ସହ ନିଜର ସେବା ଯୋଗାଇବାରେ ମଧ୍ୟ ବିଫଳ ହୋଇଛନ୍ତି । ଯାହା ପାଇଁ ସେପ୍ଟେମ୍ବର ୨୬, ୨୦୧୭ଠାରୁ କମ୍ପାନିକୁ ସୁଧ ସହ ୫୦ହଜାର ଟଙ୍କା ଫେରାଇବାକୁ ହେବ ବୋଲି ଜିଲ୍ଲା ଉପଭୋକ୍ତା ଫୋରମ ଆଦେଶ ଦେଇଛନ୍ତି ।