ଏଣିକି ମାଟ୍ରିମୋନି ସାଇଟ୍‌ରେ ଭିଡିଓ ଚାଟ୍‌ ସୁବିଧା, ଲକ୍‌ଡାଉନ୍‌ ପାଇଁ କମ୍ପାନି ନେଲା ଏହି ନିଷ୍ପତ୍ତି

ଚେନ୍ନାଇ: ବିବାହ ସେବା ଯୋଗାଉଥିବା ମାଟ୍ରି‌ମୋନି ଡଟ୍‌ କମ୍ ଏହି ଲକ୍‌ଡାଉନ୍‌ ସମୟରେ‌ ଲାଇଭ୍‌ ଭିଡିଓ ଚାଟ୍‌ ସୁବିଧା ମଧ୍ୟ ଯୋଗାଇ ଦେଉଛି। କରୋନା ହେତୁ ସାମାଜିକ ଦୂରତା ଅନିବାର୍ଯ୍ୟ ହୋଇଥିବା ବେଳେ ଉଭୟ ବର ଓ କନ୍ୟା ପକ୍ଷ ପରସ୍ପରଙ୍କୁ ଦେଖିବା ପାଇଁ ଭିଡିଓ ଚାଟ୍‌ ହେଉଛି ଏକମାତ୍ର ଉପଯୁକ୍ତ ଉପାୟ।

ଲକ୍‌ଡାଉନ୍‌ ସମୟରେ ପରସ୍ପରଙ୍କ ଘରକୁ ଯିବା ସମ୍ଭବ ହୋଇ ପାରୁନଥିବା ହେତୁ ଉଭୟ ଉଭୟ ପକ୍ଷ ପରସ୍ପରଙ୍କୁ ସାକ୍ଷାତ୍‌ କରିବା ପାଇଁ ଭିଡିଓ ଚାଟ୍‌ ସବୁଠାରୁ ଭଲ ମାଧ୍ୟମ ବୋଲି ଚିନ୍ତା କରି କମ୍ପାନି ଏପରି ନିଷ୍ପତ୍ତି ନେଇଛି।


The Hindu

ଏହି ଚାଟ୍‌ରେ ଗ୍ରାହକଙ୍କ ଗୋପନୀୟତାକୁ ଗୁରୁତ୍ବ ଦିଆଯିବ। ଏପରିକି ବର ପ୍ରାର୍ଥୀ ଓ କନ୍ୟା ପ୍ରାର୍ଥୀ ଉଭୟ ଉଭୟଙ୍କ ଫୋନ୍‌ ନମ୍ବର ଦିଆନିଆ ବିନା ଚାଟ୍‌ କରିପାରିବେ ବୋଲି କୁହାଯାଇଛି।

ଚାଟିଂ ସୁବିଧା ଉପଲବ୍ଧ ହେବା ପରେ କମ୍ପାନିର ନିର୍ମାତା ମୁରୁଗଭେଲ୍‌ ଜନକିରମନ ଗୁରୁବାର ଏକ ପ୍ରେସ୍‌ ରିଲିଜ୍‌ରେ କହିଛନ୍ତି କି ‘ଲୋକମାନଙ୍କୁ ଘରେ ରହିବା ପାଇଁ ଲକ୍‌ଡାଉନ୍‌ ବାଧ୍ୟ କରି ପକାଇଛି। ସେଥିଯୋଗୁ ମ୍ୟାଚିଂ ଯୋଡ଼ିମାନଙ୍କୁ ସୁରକ୍ଷିତ ଭାବେ ସଂଯୋଗ କରାଇବା ପାଇଁ କମ୍ପାନି ଏହି ନିଷ୍ପତ୍ତି ନେଇଛି। ଆମର ବିଶ୍ବାସ ରହିଛି ଯେ ଏହି ଫିଚର୍‌ଟି ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ, ଏପରିକି ଲକ୍‌ଡାଉନ୍‌ ପରେ ମଧ୍ୟ।’ ତେବେ ଏହି ସୁବିଧା କେବଳ ପ୍ରିମିୟମ୍‌ ସଦସ୍ୟଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନିର ନିର୍ମାତା ମୁରୁଗଭେଲ୍‌ ଜନକିରମନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର