ଦୁଇବର୍ଷର ଶିଶୁ କନ୍ୟାଙ୍କୁ ହରାଇଲେ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇଂଲଣ୍ଡ କ୍ରିକେଟର ମେଟ୍ ଡନଙ୍କ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମେଟ ଡନଙ୍କ ମୃତ୍ୟୁ ହୋଇଥିବା କନ୍ୟାଙ୍କ ନାମ ଫଲୋରେନ୍ସ ଓ ବୟସ ୨ବର୍ଷ ରହିଥିଲା। ଫଲୋରେନ୍ସଙ୍କ ବାପା-ମା’ ଇନଷ୍ଟାଗ୍ରାମରେ ଝିଅଙ୍କ ଫଟୋ ପୋଷ୍ଟ କରି ସେମାନଙ୍କ ସହିତ ଘଟିଯାଇଥିବା ଏହି ଦୁଃଖଦ ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

ଇନଷ୍ଟାଗ୍ରାମରେ ଫଲୋରେନ୍ସଙ୍କ ବାପା-ମା’ ଲେଖିଛନ୍ତି, ‘ଆମର ଝିଅ କଷ୍ଟରୁ ମୁକ୍ତି ପାଇଛି। ତାକୁ ମଝିରେ ମଝିରେ ବାତ ମାରୁଥିଲା। ଯାହାକୁ ଦେଖିଲେ କଷ୍ଟ ଲାଗିଥାଏ। ଝିଅକୁ ଆମେ ଅବିଶ୍ବାସନୀୟ ଭାବେ ଭଲ ପାଉଥିଲୁ। ଫଲୋରେନ୍ସ ସିନା ଚାଲିଗଲ। ଏବେ ଆମେ କେମିତି ବଞ୍ଚିବୁ ଭାବି ପାରୁନାହିଁ। ଘରକୁ ଆସିଲା ଦିନଠାରୁ ଚମକ ଭରି ଦେଇଥିଲ। ତୁମ ପାଇଁ ଆମେ ଗର୍ବ କରୁ।’

 

 

View this post on Instagram

 

A post shared by Florrie💜 (@florriesdravetjourney)

କ୍ରିକେଟର ମେଟ୍ ଡନ ଇନଷ୍ଟାଗ୍ରାମ ଷ୍ଟୋରିରେ  ଫଲୋରେନ୍ସଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ତୁମେ ସର୍ବଦା ମୋ ହୃଦୟରେ ରହିବ।’

ମେଟ୍ ଡନ ଏଯାବତ ଇଂଲଣ୍ଡ ପାଇଁ ଡେବ୍ୟୁ କରି ନାହାନ୍ତି। ସେ ଇଂଲଣ୍ଡ ଅଣ୍ଡର -୧୯ ଓ ଇଂଲଣ୍ଡ ଲାଏନ୍ସର ପ୍ରତିନିଧିତ୍ବ କରିଛନ୍ତି।

ସମ୍ବନ୍ଧିତ ଖବର