ନୂଆଦିଲ୍ଳୀ: ଆସନ୍ତା ନଭେମ୍ବର ୧୦ ତାରିଖରେ ଅବସର ନେବାକୁ ଯାଉଥିବା ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଗତ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କରିଥିବା ସାକ୍ଷାତ୍କୁ ନେଇ ବିରୋଧୀ ଚର୍ଚ୍ଚା କରିଥିଲେ। ଗଣେଶ ପୂଜାରେ ମୋଦୀଙ୍କ ସହ ବୈଠକୁ ନେଇ ସେ ନେଇ ବିବାଦରେ ରହିଥିବା ବେଳେ ଏବେ ତାହାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି।
ସେ କହିଛନ୍ତି ଯେ ଏଭଳି ବୈଠକରେ ମୁଖ୍ୟତଃ ନ୍ୟାୟିକ ନିଷ୍ପତ୍ତି ଅପେକ୍ଷା ନ୍ୟାୟପାଳିକା ସହ ଜଡିତ ଭିତ୍ତିଭୂମି ପ୍ରସଙ୍ଗ ଉପରେ ଆଲୋଚନା ଉପରେ ଧ୍ୟାନ ଦିଆଯାଇଥାଏ। ଗଣେଶ ଚତୁର୍ଥୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଚୂଡଙ୍କ ଘରକୁ ଗସ୍ତ କରିବା ନେଇ ବିରୋଧୀ ବୈଠକର ଉପଯୁକ୍ତତା ଉପରେ ପ୍ରଶ୍ନ ଉଠାଇଥିଲେ।
ଏହାର ଉତ୍ତରରେ ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ଼ କହିଛନ୍ତି ଯେ ‘‘ସାମ୍ବିଧାନିକ ଅଦାଲତର ବିଚାରପତି ଏବଂ କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ମଧ୍ୟରେ ଯଥେଷ୍ଟ ପରିପକ୍ବତା ରହିଛି। ଯାହାକି ନ୍ୟାୟିକ ପ୍ରସଙ୍ଗକୁ କୌଣସି ବି ଆଲୋଚନାରୁ ଦୂରେଇ ରଖିବ।
ସେ ଆହୁରି ବି ସ୍ପଷ୍ଟ କରିଛନ୍ତି ଯେ, "ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଆମେ ଆମର କର୍ତ୍ତବ୍ୟ ଜାଣୁ ଏବଂ ରାଜନୈତି କାର୍ଯ୍ୟନିର୍ବାହୀମାନେ ସେମାନଙ୍କର କର୍ତ୍ତବ୍ୟ ଜାଣନ୍ତି।’’ ଏହିପରି ବୈଠକର ଆବଶ୍ୟକତାକୁ ଦର୍ଶାଇ ଡି ୱାଇ ଚନ୍ଦ୍ରଚୁଡ଼ ନ୍ୟାୟିକ ଭିତ୍ତିଭୂମି, ନୂତନ କୋର୍ଟ ଭବନ ଏବଂ ବିଚାରପତିଙ୍କ ରହିବା ସ୍ଥାନ ସହିତ ଆଦି ବିଷୟକୁ ଗୁରୁତ୍ୱାରୋପ କରିଛନ୍ତି। ନ୍ୟାୟପାଳିକା ଏବଂ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ବଜାୟ ରଖିବା ପାଇଁ ଏହିପରି ବୈଠକ ଜରୁରୀ ବୋଲି ପ୍ରଧାନ ବିଚାରପତି ଗୁରୁତ୍ୱାରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/28/ajhmJkFoJTre1kz6TB0V.jpg)