ଗୋଣ୍ଡା: ଉତ୍ତରପ୍ରଦେଶ ଗୋଣ୍ଡାର ପାରସପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଠାରେ ଜଣେ ତଥାକଥିତ ମୌଲାନା ନିଜ ସହଯୋଗୀଙ୍କ ସହ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲା। ଗଣଦୁଷ୍କର୍ମ ପରେ ମୌଲାନା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଇସଲାମ ଧର୍ମ ଗ୍ରହଣ କରି ବିବାହ କରିବାକୁ ଚାପ ପକାଇବା ଆରମ୍ଭ କରିଥିଲା। ମହିଳା ଜଣକ ବିବାହ କରିବାକୁ ମନା କରିବାରୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ମହିଳାଙ୍କୁ ପୁଣି ଗଣଦୁଷ୍କର୍ମ କରାଯାଇଥିଲା । ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥାକଥିତ ମୌଲାନାକୁ ପୁଲିସ ଗିରଫ କରି ଜେଲ୍ ପଠାଇଛି । ଏହା ସହିତ ତାହାର ୨ ଜଣ ସାଥୀଙ୍କୁ ବି ଗିରଫ କରାଯାଇଛି । ଘଟଣାରେ ସଂପୃକ୍ତ ଆଉ କେତେଜଣ ଅଭିଯୁକ୍ତ ଫେରାର ହୋଇଯାଇନ୍ତି । ସେମାନଙ୍କ ସନ୍ଧାନ ଜାରି ରହିଛି ।
ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ, ପାରସପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଉକ୍ତ ମହିଳାଙ୍କ ସ୍ବାମୀ ମାନସିକ ବିକାରଗ୍ରସ୍ତ ଓ ଭିନ୍ନକ୍ଷମ । ମହିଳା ଜଣକ ତଥାକଥିତ ମୌଲାନାଙ୍କ ପାଖକୁ ଝଡ଼ାଫୁଙ୍କା ପାଇଁ ଯାଇଥିଲେ, ଯେଉଁଠାରେ ମୌଲାନା କଲ୍ଲୁ ଓରଫ ମୁଜାଫର ଅଲ୍ଲୀ ଚିକିତ୍ସା ନାଁରେ ତାଙ୍କ ସ୍ୱାମୀଙ୍କୁ ଚାପୁଡ଼ା ମାରିଥିଲେ। ଏହି ସମୟରେ ସେ ଓ ତା ସାଥୀମାନେ ମହିଳାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ ।