ନୂଆଦିଲ୍ଲୀ : ନଭେଲ୍ କରୋନା ଭାଇରସ୍ ମୁସଲିମ୍ ଏବଂ ଇସଲାମ୍ ବିରୋଧରେ ଏକ ଷଡ଼ଯନ୍ତ୍ର। ଇସ୍ଲାମ ଧର୍ମାବଲମ୍ବୀଙ୍କୁ ମସଜିଦ୍ ଆସିବାକୁ ହତୋତ୍ସାହ କରିବାରେ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ସମସ୍ତ କାର୍ଯ୍ୟ ଆଲ୍ଲାଙ୍କ ନିର୍ଦ୍ଦେଶରେ ହେଉଛି। ଏହା ଭଲ ହେଉ କି ଖରାପ। ଆଲ୍ଲା ରକ୍ଷାକାରୀ ଏବଂ ବିନାଶକାରୀ। ମୁସଲିମ୍ମାନେ ନମାଜ୍ ପଢ଼ିବା ବନ୍ଦ କରିବା କିମକ୍ବା ମସଜିଦ୍ ଯିବା ବନ୍ଦ କରିବା ଆଦୌ ଉଚିତ ନୁହେଁ। ଏଭଳି କଲେ ଆଲ୍ଲା ଅଧିକ ଦଣ୍ଡ ଦେବେ। ବର୍ତ୍ତମାନ ଆଲ୍ଲା ସମସ୍ତଙ୍କ ଉପରେ ରାଗିଛନ୍ତି। ଆଲ୍ଲାଙ୍କ ରାଗ କମାଇବାପାଇଁ ଆମକୁ ମସଜିଦ୍ ଯିବାକୁ ପଡ଼ିବ। କରୋନା ପାଇଁ ସାମାଜିକ ଦୂରତ୍ବ ଇସ୍ଲାମ ବିରୋଧରେ ଏକ ଷଡ଼ଯନ୍ତ୍ର। ଯଦି ଜଣେ ମସଜିଦ୍ ଆସିବାପରେ ପ୍ରାଣ ହରାଏ ତେବେ ଏହାଠାରୁ ଆଉ ଭଲ କ'ଣ ଅଛି। ଭଗବାନଙ୍କୁ ପୂଜା କରିବା ସମୟରେ ପ୍ରାଣ ହରାଇବାଠାରୁ ଆଉ ଭଲ କଥା କ'ଣ ଅଛି। ଏଭଳି ଅନେକ କଥା ନିଜ ଭାଷଣ ମାଧ୍ୟମରେ କହିଥିଲେ ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତର ମୌଲାନା ମହମ୍ମଦ୍ ସାଦ୍। ମୌଲାନାଙ୍କ ଏହି ଭାଷଣର କିଛି କ୍ଲିପ୍ ଦିଲ୍ଲୀମରକଜ୍ ଡଟ୍ କମ୍ ୱେବସାଇଟ୍ରେ ଏବେ ବି ରହିଛି। ତବ୍ଲିଗି ଜମାତ୍ରେ ହଜାର ହଜାର ଲୋକଙ୍କ ସମାଗମକୁ ନେଇ ବିବାଦ ହେବାପରେ ଦିଲ୍ଲୀମରକଜ୍ ଡଟ୍ କମ୍ ମୌଲାନା ମହମ୍ମଦ୍ ସାଦ୍ଙ୍କ କିଛି ଭାଷଣକୁ ହଟାଇ ଦେଇଛି। ମୌଲାନା କହିଥିଲେ, ପୁଲିସ ଆସି ଆମମାନଙ୍କୁ କରମର୍ଦ୍ଦନ କରିବାକୁ ମନା କରିଛି। କରୋନା ପାଇଁ ଏହାକୁ ମାନିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ମୌଲାନାଙ୍କ ଅଡିଓ ଭାଇରାଲ : ‘କରୋନା କଟକଣା ଧର୍ମ ବିରୋଧୀ’
/sambad/media/post_attachments/wp-content/uploads/2020/04/851802-nizamuddin-pti.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)