ଝିଅକୁ ଭେଟିବା ଲାଗି ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ମିଳିଲା ଅନୁମତି

ମୁମ୍ବାଇ:ବମ୍ବେ ଉଚ୍ଚ ନ୍ୟାୟାଳୟ ବରିଷ୍ଠ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କ ଦ୍ୱାରା କରାଯାଇଥିବା ଯାଚିକାକୁ ଗ୍ରହଣ କରିଛନ୍ତି। ସେ ଦାବି କରିଥିଲେ ଯେ, କୋମାରେ ଥିବା ତାଙ୍କ ଝିଅ ପାୟଲ ଓ ତାଙ୍କ ସ୍ୱାମୀଙ୍କ ପୀଠ ସମ୍ମୁଖରେ ଏକ ହଲଫନାମା ଦାଖଲ କରିଛନ୍ତି ଯେ ତାଙ୍କ ପରିବାର ମୌସୁମୀ ଚାଟାର୍ଜୀଙ୍କୁ ତାଙ୍କ ଝିଅ ସହିତ ଦେଖା କରିବା ଓ ଯତ୍ନ ନେବା ପାଇଁ ରୋକିବେ ନାହିଁ।


ମୌସୁମୀ ଓ ତାଙ୍କ ସ୍ୱାମୀ ଜଶନ୍ତ ଚାଟାର୍ଜୀ ଅଦାଲତରେ ଯାଚିକା ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଝିଅ ପାୟଲ କୋମାରେ ଥିବାେବେଳ ଡି କି ସିହ୍ନାଙ୍କ ଯତ୍ନ ନେବାକୁ ଦେଉନାହାନ୍ତି। ପାୟଲ ମଧୁମେହ ରୋଗଗ୍ରସ୍ତ। ୨୦୧୦ରୁ ପାୟଲ ବ୍ୟବସାୟୀ ଡି କି ସିହ୍ନାଙ୍କୁ ବିବାହ କରିଥିଲେ। ସେ କେତେ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୦୧୮ ଅପ୍ରେଲ ୨୮ ତାରିଖରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା। ତା’ପରେ ତାଙ୍କୁ ଫିଜିଓଥେରାପି କରାଇବାକୁ କୁହାଗଲା। କିନ୍ତୁ କିଛି ମାସ ହେଲା ପାୟଲ ସେହି ଚିକିତ୍ସାର ସୁବିଧା ପାଇ ନ ଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର