ନୂଆଦିଲ୍ଳୀ : ଦେଶରେ କରୋନା ସଂକ୍ରମଣ ଲଗାତାର ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୦୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୦ ଦିନରେ ଏହା ସର୍ବାଧିକ ସଂକ୍ରମଣ। ଏଥିସହ ଦେଶରେ ସକ୍ରିୟ ମାମଲା ୭,୬୦୫କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୧.୪୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୧.୦୮ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୮୧୬ରେ ପହଞ୍ଚିଛି।
ଗୁଜରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କରୋନା ସ୍ଥିତି ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଆଜି କରୋନା ସ୍ଥିତି ଏବଂ ଇନଫ୍ଲୁଏଞ୍ଜା ଜ୍ବର ପାଇଁ ଆଉ ଏକ ବୈଠକ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ସମସ୍ତ ରାଜ୍ୟଙ୍କୁ ୫ ଥାକିଆ ରଣନୀତି ତଥା ଟେଷ୍ଟ୍, ଟ୍ରାକ୍, ଟ୍ରିଟ , ଟିକାକରଣ ଏବଂ କରୋନା ନିୟମାବଳି ମାନିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/corona-maharastra.jpg)