ନୂଆଦିଲ୍ଲୀ: ଆପଣ ଯଦି ଶରୀରରେ ଟାଟୁ ଆଙ୍କିବା ପାଇଁ ଚାହୁଁଛନ୍ତି ତେବେ ଟିକେ ଅଟକି ଯାଆନ୍ତି। ଯଦି ଶରୀରରେ ଟାଟୁ ଆଙ୍କିବେ ତେବେ ଭାରତୀୟ ବାୟୁସେନାରେ ଆପଣଙ୍କୁ ଚାକିରି ମିଳିବ ନାହିଁ, କିମ୍ବା ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେବେ ଏଭଳି ଏକ ଘଟଣାରେ ବାୟୁସେନା ନେଇଥିବା ନିଷ୍ପତ୍ତିର ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ।
/sambad/media/post_attachments/wp-content/uploads/2018/01/judge-court-generic-istock_650x400_81473483517-300x185.jpg)
ବାୟୁସେନା ଜଣେ ବ୍ୟକ୍ତିଙ୍କୁ ଏୟାରମ୍ୟାନ୍ ପଦ ପାଇବାରୁ ବଞ୍ଚିତ କରିଛି। କାରଣ ସେ ତାଙ୍କର ବାହୁରେ ଏଭଳି ଏକ ଟାଟୁ ଆଙ୍କି ଥିଲେ ଯାହାକୁ ଲିଭା ଯାଇ ପାରିବ ନାହିଁ। ବାୟୁସେନାରେ କେବଳ ଆଦିବାସୀମାନେ ତାଙ୍କର ରୀତିନୀତି ଓ ପରମ୍ପରା ଅନୁଯାୟୀ ଆଙ୍କିଥିବା ଟାଟୁର ଅନୁମତି ଥାଏ।
/sambad/media/post_attachments/wp-content/uploads/2018/01/TATOO-300x200.jpg)
ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ରେଖା ପାଟିଲଙ୍କ ଖଣ୍ଡ ପୀଠର କୁହାଯାଇଛି କି, ଯେଉଁ ବ୍ୟକ୍ତିଙ୍କ ଚାକିରି ପଦ ରଦ୍ଧ କରାଯାଇଛି, ସେ ତାଙ୍କ ଶରୀରରେ ଯେଉଁ ଟାଟୁ ଆଙ୍କିଥିଲେ ତାହା ବାୟୁସେନା ନିୟମ ବାହାରେ ଥିଲା। ସେ ଏହି ପଦ ପାଇଁ ନିଜର ଆବେଦନ ଜମା କରିବା ସମୟରେ ନିଜର ଟାଟୁର ଫଟୋ ସେଥିରେ ଦେଇ ନଥିଲେ। ବାୟୁସେନା ପକ୍ଷରୁ ଯେଉଁ ବିଜ୍ଞାପନ ଦିଆଯାଇଥିଲା ସେଥିରେ ସୂଚିତ ଥାଏ ଯେଉଁ ଆବେଦନକାରୀ ଶରୀରରେ ଟାଟୁ ଆଙ୍କିଥିବେ ସେମାନେ ତାହାର ଏକ ଫଟୋ ଆବେଦନ ପତ୍ରରେ ସାମିଲ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/62681909-1.jpg)