ଆବଶ୍ୟକ ହେଲେ ବିଏସ୍‌ପି ଏକାକୀ ଲଢ଼ିବ: ମାୟାବତୀ

ଲକ୍ଷ୍ନୌ : ୨୦୧୯ରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସମ୍ଭାବ୍ୟ ମହାମେଣ୍ଟ ଗଠନ ନେଇ ଆଜି ବିଏସପି ସୁପ୍ରିମୋ ମାୟାବତୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆମକୁ ସମ୍ମାନଜନକ ଆସନ ନ ମିଳିଲେ ମେଣ୍ଟରେ ରହିବୁ ନାହିଁ ଏବଂ ଦଳ ଏକାକୀ ନିର୍ବାଚନ ଲଢ଼ିବ ବୋଲି ମାୟାବତୀ କହିଛନ୍ତି। ନିକଟରେ ଜେଲ୍‌ରୁ ମୁକ୍ତ ହୋଇଥିବା ‘ଭୀମ୍‌ ଆର୍ମି’ର ମୁଖ୍ୟ ଚନ୍ଦ୍ରଶେଖର ରାବଣଙ୍କ ‘ବୁଆ’ ମନ୍ତବ୍ୟକୁ ଉଲ୍ଲେଖ କରି ମାୟାବତୀ କହିଥିଲେ ଯେ ମୋର କାହା ସହିତ ‘ବୁଆ-ଭତିଜା’ ସଂପର୍କ ନାହିଁ। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶଙ୍କୁ ମଧ୍ୟ ଆଜି ପରୋକ୍ଷରେ ଚେତାବନୀ ଦେଇ ଆସନ ଭାଗବଣ୍ଟା ନେଇ ମାୟାବତୀ ଚାପ ସୃଷ୍ଟି କରିଛନ୍ତି। ଦେଶରେ ଘଟୁଥିବା ଭିଡ଼ ହିଂସା ପାଇଁ ମାୟାବତୀ ବିଜେପିକୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର