କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ

ଲକ୍ଷ୍ନୌ: ଆଗାମୀ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟ ସହ କଂଗ୍ରେସ ଗଠବନ୍ଧନ କରିବାର ଆଶା ଆଜି ବସପା ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ କ୍ଷୁବ୍ଧ ଟିପ୍ପଣୀ ପରେ ଫିକା ପଡ଼ିଯାଇଛି। ବିଶେଷ କରି ମଧ୍ୟପ୍ରଦେଶରେ କଂଗ୍ରେସ ସରକାରଙ୍କ କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରି ତାହା ବିଜେପି ପରି ଆଭିମୁଖ୍ୟ ନେଉଛି ବୋଲି ସେ କଟାକ୍ଷ କରିଛନ୍ତି। ମଧ୍ୟପ୍ରଦେଶରେ ଗୋହତ୍ୟାକାରୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ଏବଂ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ୧୪ ଜଣ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ଘଟଣାକୁ ମାୟାବତୀ ତୀବ୍ର ନାପସନ୍ଦ କରିବା ସହ କଂଗ୍ରେସ ସହ ମେଣ୍ଟ ତାଙ୍କ ଦଳକୁ ବିଶେଷ ଫାଇଦା ଦେବନାହିଁ ବୋଲି କହିଛନ୍ତି। ସୂଚନା ଥାଉ କି, ଅଖିଳେଶ ଓ ମାୟାବତୀଙ୍କ ମଧ୍ୟରେ ହୋଇଥିବା ପ୍ରାକ୍ ନିର୍ବାଚନୀ ମେଣ୍ଟରେ ସାମିଲ ହେବା ପାଇଁ କଂଗ୍ରେସ ଭିତିରିଆ ଅଖିଳେଶଙ୍କ ନିକଟତର ହେଉଥିବାବେଳେ ମାୟାବତୀଙ୍କ ଆଜିର ମନ୍ତବ୍ୟ ଭିନ୍ନ ବାର୍ତ୍ତା ଦେଇଛି।

ସମ୍ବନ୍ଧିତ ଖବର