ମାୟାବତୀଙ୍କୁ ଝଟ୍‌କା: ଭାଇ ଆନନ୍ଦ କୁମାରଙ୍କ ୪୦୦ କୋଟି ଟଙ୍କାର ବେନାମୀ ପ୍ଲଟ୍‌ ଜବତ

ନୂଆଦିଲ୍ଲୀ : ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଆଜି ଶକ୍ତ ଝଟ୍‌କା ଲାଗିଛି। ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀ ବିଚିତ୍ର ଲତାଙ୍କର ନଏଡ଼ାରେ ଥିବା ଏକ ୪୦୦ କୋଟି ଟଙ୍କାର ବେନାମୀ ପ୍ଲଟ୍‌କୁ ଆୟକର ବିଭାଗ ଜବତ କରିଛି। ୭ ଏକର ପରିମିତ ଏହି ଜମିକୁ ଜବତ କରିବାପାଇଁ ଗତ ୧୬ ତାରିଖରେ ଦିଲ୍ଲୀର ବୋନାମୀ ପ୍ରୋହିବିସନ୍‌ ୟୁନିଟ୍‌ (‌ବିପିୟୁ) ନିର୍ଦ୍ଦେଶ ଜାରି କରିଥିଲେ। ମାୟାବତୀ ଗତ ଜୁନ୍‌ରେ ତାଙ୍କ ଭାଇଙ୍କୁ ବିଏସ୍‌ପିର ଜାତୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ବିରୋଧୀ ଦଳମାନେ ସେ ବଂଶଗତ ରାଜନୀତି କରୁଥିବା ଅଭିଯୋଗ କରିବା ପରେ ମାୟାବତୀ ଭାଇଙ୍କୁ ଏହି ପଦରୁ ହଟାଇ ଦେଇଥିଲେ। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲା ସ୍ଥିତ ନଏଡା ସେକ୍ଟର ୯୪ରେ ଥିବା ଏହି ୪୦୦ କୋଟି ଟଙ୍କାର ସମ୍ପତ୍ତିରେ ଏକ ପଞ୍ଚତାରକା ହୋଟେଲ୍‌ ଏବଂ ବିଭିନ୍ନ ବିଳାସପୂର୍ଣ୍ଣ ସୁବିଧା ପାଇଁ ଯୋଜନା କରାଯାଇଥିଲା। ଆନନ୍ଦ କୁମାରଙ୍କ ବିରୋଧରେ ଥିବା ବିଭିନ୍ନ ମନି ଲଣ୍ଡ୍ରିଂ ମାମଲାରେ ଉଭୟ ଆୟକର ଏବଂ ଇଡି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର