‘ମାୟାବତୀ ‌ଜୀବନ୍ତ ବିଦ୍ୟୁତ୍‌ ତାର, ଯିଏ ଛୁଇଁବ ମରିବ’

ଲ‌କ୍ଷ୍ନୌ : ଉତ୍ତରପ୍ରଦେଶ ମନ୍ତ୍ରୀ ଗିରିରାଜ ସିଂହ ଧର୍ମେଶ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଏକ ଖୋଲା ତଥା ଜୀବନ୍ତ ବିଦ୍ୟୁତ୍‌ ତାର ସହ ତୁଳନା କରିଛନ୍ତି। ଗିରିରାଜ କହିଛନ୍ତି, ମାୟାବତୀ ହେଉଛନ୍ତି ଜୀବନ୍ତ ବିଦ୍ୟୁତ୍‌ ତାର ଏବଂ ଯିଏ ଛୁଇଁବ ‌ସେ ମରିବ। ବିଜେପି ମାୟାବତୀଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ କରିଥିଲା କିନ୍ତୁ ସେ ବିଜେପିକୁ ହିଁ ଶେଷରେ ଧୋକା ଦେଲେ ବୋଲି ଗିରିରାଜ କହିଛନ୍ତି। ସେହିଭଳି ବିଏସ୍‌ପି ପ୍ରତିଷ୍ଠାତା କାଂଶୀରାମଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିଲା ଏବଂ ଏହାର ସିବିଆଇ ତଦନ୍ତ ହେଲେ ଅନେକ ରହସ୍ୟ ଖୋଲିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର