ନିର୍ବାଚନରେ ପରାଜୟ ପରେ ମାୟାବତୀ ନେଲେ ଏହି କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଉପନିର୍ବାଚନ ସହ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ମାୟାବତୀଙ୍କ ଦଳ ବିଏସପି( ବହୁଜନ ସମାଜ ପାର୍ଟି)କୁ ବଡ ଧରଣର ଝଟକା ଲାଗିଛି | ଦଳ ଗୋଟିଏ ବି ଆସନ ଜିତିପାରିନାହିଁ | ଯାହାକୁ ନେଇ ଆଜି ସୁପ୍ରିମୋ ମାୟାବତୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ମାୟାବତୀ ଆଜି ମହାରାଷ୍ଟ୍ର ବିଏସପି ଅଧ୍ୟକ୍ଷ ସୁରେଶ ଶାଖରେଙ୍କୁ ଦଳରୁ ବହିଷ୍କାର କରିଛନ୍ତି | ଶାଖରେଙ୍କ ଉପରେ ଦୁର୍ବଳ ପ୍ରାର୍ଥୀ ଚୟନ କରିବା ନେଇ ଅଭିଯୋଗ ହୋଇଥିଲା |

ବିଏସପି ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ପ୍ରଚାର କରିବା ବଦଳରେ ନାଗପୁର ଉତ୍ତର ଆସନରୁ ଶାଖରେ ନିର୍ବାଚନ ଲଢ଼ିଥିଲେ | ଯେଉଁଥିପାଇଁ ଦଳକୁ କ୍ଷତି ହୋଇଛି | ଏହା ଛଡା ବିରୋଧୀ ଦଳ ସହ ବୁଝାମଣା କରିନେଇଥିବାରୁ ବିଏସପି ପରାଜିତ ହେଲା ବୋଲି ଦଳ ପକ୍ଷରୁ ସଂଗୀନ ଅଭିଯୋଗ ଅଣାଯାଇଛି |

ଏଠାରେ ସୂଚନା ଥାଉ କି ବିଏସପି ପକ୍ଷରୁ ମହାରାଷ୍ଟ୍ର ଓ ହରିୟାଣାରେ ପ୍ରାର୍ଥୀ ଦିଆଯାଇଥିଲା | ଏହାସହ ଉତ୍ତରପ୍ରଦେଶରେ ମଧ୍ୟ ୧୧ଟି ବିଧାନସଭା ଉପନିର୍ବାଚନରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଥିଲା | ଏହି ଆସନ ମଧ୍ୟରୁ କୌଣସି ଗୋଟିଏ ଆସନରେ ବି ବିଏସପି ଦାଖଲ କରିପାରିନାହିଁ |

ସମ୍ବନ୍ଧିତ ଖବର