ଅଖିଳେଶଙ୍କୁ ମାୟବତୀଙ୍କ ଝଟ୍‌କା:ଉପନିର୍ବାଚନରେ ଆଉ ସମର୍ଥନ କରିବେନି

ଲକ୍ଷ୍ନୌ: ଉତ୍ତରପ୍ରଦେଶର କଇରାନା ଲୋକସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି(ସପା) ସହ ଆଉ ମେଣ୍ଟ କରିବେନି ବୋଲି ଆଜି ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ଦେଇଥିବା ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଗତ ଲୋକସଭା ଉପନିର୍ବାଚନରେ ଏହି ଦୁଇ ବିରୋଧୀ ଦଳଙ୍କ ମେଣ୍ଟ ଶାସକ ବିଜେପି ପାଇଁ ଭାରୀ ପଡ଼ିିଯାଇଥିଲା। ମାତ୍ର ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନରେ ଅଖିଳେଶଙ୍କ ସପା ବିଏସ୍‌ପି ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ବିଫଳ ହେବାରୁ ମାୟାବତୀ ଏଭଳି ଆଭିମୁଖ୍ୟ ପୋଷଣ କରିଥିବା ଚର୍ଚ୍ଚା ହେଉଛି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ମାୟବାତୀ କହିଥିଲେ ଯେ, ସେମାନଙ୍କ ମେଣ୍ଟର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦୧୯ ନିର୍ବାଚନ। ତେଣୁ କୌଣସି ବି ଉପନିର୍ବାଚନରେ ତାଙ୍କ ଦଳର କର୍ମକର୍ତ୍ତା କାହା ପାଇଁ ସମୟ ନଷ୍ଟ କରିବେ ନାହିଁ। ସେପଟେ ଅଖିଳେଶ ରାଜନୀତିରେ ଅନଭିଜ୍ଞ ବୋଲି ମାୟାବତୀ ଟିପ୍ପଣୀ କରିବା ସହ ରାଜ୍ୟସଭା ନିର୍ବାଚନରେ ସେ ସପା ପ୍ରାର୍ଥୀ ଜୟା ବଚ୍ଚନଙ୍କ ବଦଳରେ ବିଏସ୍‌ପି ପ୍ରାର୍ଥୀଙ୍କୁ ସମର୍ଥନ କରିବାର ଥିଲା ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର