ଲକ୍ଷ୍ନୌ: ୟୁପିର ମୁଖ୍ୟମନ୍ତ୍ରୀ କିମ୍ବା ଭାରତର ପ୍ରଧାନମନ୍ତ୍ରୀ ହେବି, କିନ୍ତୁ ରାଷ୍ଟ୍ରପତି ଆଦୌ ନୁହେଁ। ଆଜି ଏଭଳି ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି)ର ସୁପ୍ରିମୋ ମାୟାବତୀ। ବିଏସପିର ସାଧାରଣ ସମ୍ପାଦକ ସତୀଶ ମିଶ୍ରା ଏବଂ ବିଏସପି ବିଧାୟକ ଉମାଶଙ୍କର ସିଂ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ବୈଠକ ପରେ ରାଷ୍ଟ୍ରପତି ହେବା ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ।
ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ସମାଜବାଦୀ ପାର୍ଟି(ସପା) ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ଯେ ମୁଁ ରାଷ୍ଟ୍ରପତି ହେବି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ କେବଳ ୟୁପିର ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରଧାନମନ୍ତ୍ରୀ ହୋଇ ଦେଶର ସେବା କରିପାରିବି। କିନ୍ତୁ ରାଷ୍ଟ୍ରପତି ହେବାର ପ୍ରଶ୍ନ ଉଠୁନାହିଁ। ଯଦି ମୁସଲମାନମାନେ ବିଏସପିକୁ ଭୋଟ୍ ଦିଅନ୍ତି, ତେବେ ମୁଁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରେ। ବିଏସପି ସରକାରରେ ନିର୍ମିତ ସ୍ମାରକଗୁଡିକର ସପା ସରକାର ଏବଂ ବିଜେପି ସରକାରଙ୍କ ଦ୍ୱାରା ଠିକ ଭାବେ ରକ୍ଷଣାବେକ୍ଷଣ ହେଉନାହିଁ। ଏହି ପ୍ରସଙ୍ଗରେ ବିଏସପି ପ୍ରତିନିଧି ସତୀଶ ମିଶ୍ର ଏବଂ ଉମାଶଙ୍କର ସିଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ହେଲେ ସେମାନଙ୍କ ଏହି ବୈଠକ ପରେ ସପା ମିଥ୍ୟା ଖବର ପ୍ରଚାର କରୁଛି। ମୋତେ ରାଷ୍ଟ୍ରପତି କରିବା ପାଇଁ ନୁହେଁ ସ୍ମାରକଗୁଡିକର ରକ୍ଷଣାବେକ୍ଷଣ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
Zee Newsମାୟାବତୀଙ୍କ ଅନୁଯାୟୀ, ତାଙ୍କ ଶାସନ କାଳରେ ନିର୍ମିତ ପାର୍କ ଏବଂ ସ୍ମାରକୀଗୁଡ଼ିକର ଯତ୍ନ ନିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ସେ ଚାହୁଁଛନ୍ତି ଯେ ରାଜ୍ୟର ବର୍ତ୍ତମାନର ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ।
ମାୟାବତୀ ଆହୁରି କହିଛନ୍ତି ଯେ ରମଜାନ ମାସରେ ବିଜୁଳି କାଟ ହେବ ଠିକ୍ ନୁହେଁ ଏବଂ ସରକାର ଏହା ବିଷୟରେ କିଛି କରିବା ଉଚିତ୍। ମୁସଲମାନ ଏବଂ ଅନ୍ୟମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ କେବଳ ସପା ଦଳ ଦାୟୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/I-Want-To-Be-a-PM_Thumbnail_2.jpg)