ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଜାରି ରହିଛି। ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ। ତେବେ ନିର୍ବାଚନ ଫଳ ଆସିବା ପରେ ବିଏସ୍ପି ବିଜେପି ସହ ମେଣ୍ଟ କରିବ ବୋଲି ସପା ଦାବି କରୁଥିବାବେଳେ ଇତି ମଧ୍ୟରେ ବିଏସ୍ପି ସୁପ୍ରିମୋ ମାୟାବତୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପରସ୍ପରକୁ ପ୍ରଶଂସା କରିବା ବିଷୟ ଖୁବ୍ ଚର୍ଚ୍ଚାରେ ଅଛି। ଏକ ସାକ୍ଷାତକାରରେ ଶାହ ନିକଟରେ ମାୟାବତୀଙ୍କ ପ୍ରଚାରକୁ ନେଇ ସକରାତ୍ମକ ଟିପ୍ପଣୀ ଦେଇଥିଲେ। ମାୟାବତୀ କହିଛନ୍ତି, ଏହା ତାଙ୍କର ବଡ଼ପଣ ଯେ, ସେ ସତ ସ୍ବୀକାର କରିଛନ୍ତି। କିନ୍ତୁ ମୁଁ ତାଙ୍କୁ ଏହା କହିବାକୁ ଚାହୁଛି ଯେ, ଗତ ୩ ପର୍ଯ୍ୟାୟରେ ବିଏସ୍ପିକୁ କେବଳ ଦଳିତ ଏବଂ ମୁସଲିମ ଭୋଟ୍ ମିଳିନି ବରଂ ଉଚ୍ଚ ଜାତି ଏବଂ ପଛୁଆ ଜାତିର ଲୋକଙ୍କ ଭୋଟ୍ ମଧ୍ୟ ବିଏସ୍ପିକୁ ମିଳିଛି ବୋଲି ମାୟାବତୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଶାହ ଏକ ସାକ୍ଷାତକାରରେ କହିଥିଲେ, ମାୟାବତୀ ଜୋର୍ଦାର ପ୍ରଚାର କରୁନଥିଲେ ମଧ୍ୟ ତାଙ୍କ ପ୍ରଭାବ ଏବେ ବି କାଏମ ରହିଛି। ବିଏସ୍ପି ଉତ୍ତରପ୍ରଦେଶରେ କିଛି ଦଳିତ ଏବଂ ମୁସଲିମ୍ ଭୋଟ୍ ନେବାଦ୍ବାରା ବିଜେପିକୁ କିଛି ଫାଇଦା ମିଳିବ କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ଶାହ କହିଥିଲେ, ଏହା ବିଜେପି ପାଇଁ ଲାଭଦାୟକ ହେବ କି ନା’ ମୁଁ ଜାଣେନା। ଏହା ଆସନ ଉପରେ ନିର୍ଭର କରେ। କିନ୍ତୁ ମାୟାବତୀଙ୍କ ପ୍ରଭାବ କମିଥିଲେ ମଧ୍ୟ ତାଙ୍କ ସମର୍ଥନ ଭିତ୍ତି ଏବେ ବି ରହିଛି ବୋଲି ସେ କହିଥିଲେ।
ଶାହଙ୍କୁ ମାୟାବତୀଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2022/02/65d4g56ad4g65dga5g6da.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)