ଲକ୍ଷ୍ନୌ : ବିଏସ୍ପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ ଆଜି ଦଳର ଜାତୀୟ ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ବିଏସ୍ପିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟିର ବରିଷ୍ଠ ଅଧିକାରୀମାନଙ୍କର ଏକ ସ୍ବତନ୍ତ୍ର ବୈଠକରେ ମାୟାବତୀଙ୍କୁ ସର୍ବସମ୍ମତି କ୍ରମେ ବିଏସ୍ପି ସଭାପତି ନିର୍ବାଚିତ କରିଥିଲେ। ୬୩ ବର୍ଷୀୟ ମାୟାବତୀ ସମସ୍ତ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଏସ୍ପିକୁ ଆଗକୁ ନେବାରେ ଚେଷ୍ଟା ବଜାୟ ରଖିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଏସ୍ପି ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନ ଏକାକୀ ଲଢ଼ିବ ବୋଲି ଆଜି ଘୋଷଣା କରିଛି ଏବଂ ଏଥିସହ ଖାଲି ପଡ଼ିଥିବା ୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଉତ୍ତରପ୍ରଦେଶର ୧୩ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବ। ନିର୍ବାଚନ ପାଇଁ ଏଯାବତ୍ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ବିଏସ୍ପି ଆଜି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଗତ ଲୋକସଭା ନିର୍ବାଚନରେ ବସପା-ସପା ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନ ଫଳାଫଳ ଆସିବାରେ ବସପା ଆଗକୁ ସବୁ ନିର୍ବାଚନ ଏକାକୀ ଲଢ଼ିବ ବୋଲି ମାୟାବତୀ ଘୋଷଣା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp