ନୂଆଦିଲ୍ଲୀ : ନିର୍ବାଚନ ପ୍ରଚାର ବେଳେ ସାଂପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମ କୋର୍ଟ କ୍ଷୋଭ ପ୍ରକାଶ କରିବା ପରେ ନିର୍ବାଚନ କମିସନ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାୟାବତୀଙ୍କ ପ୍ରଚାର ଉପରେ କଟକଣା ଜାରି କରାଯାଇ ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ବୋଲି କମିସନ ଗତକାଲି ନିର୍ଦ୍ଦେଶ ଦେଇଥିଲେ।

Advertisment

publive-image

ନିର୍ବାଚନ କମିସନ୍‌ଙ୍କ ଏଭଳି ନିଷ୍ପତ୍ତିରେ ମାୟାବତୀ କ୍ଷୋଭ ପ୍ରକାଶ କରିଛନ୍ତି। ମାୟାବତୀ କହିଛନ୍ତି, ନିର୍ବାଚନ କମିସନ୍‌ଙ୍କ ଏହି ନିଷ୍ପତ୍ତି ଏକତରଫା ଅଟେ। ମୋତେ କିଛି କହିବାର ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି। ନିର୍ବାଚନ କମିସନ୍‌ଙ୍କ ଇତିହାସରେ ଏହା ଏକ କଳା ଦିବସ।

ନିର୍ବାଚନ କମିସନ୍‌ ମାୟାବତୀଙ୍କ ନିର୍ବାଚନ ଉପରେ ଲଗାଇଥିବା ୪୮ଘଣ୍ଟା ରୋକ୍‌ ମଙ୍ଗଳବାର ସକାଳ ୬ଟାରୁ ଆରମ୍ଭ ହୋଇଯିବ। ଅର୍ଥାତ୍‌ ମାୟାବତୀ ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ହେବାକୁ ଥିବା ମତଦାନ ପାଇଁ ପ୍ରଚାର କରି ପାରିବେ ନାହିଁ।

ତେବେ ନିର୍ବାଚନ କମିସନ୍‌ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବି ଏହି ସମାନ କଟକଣା ୭୨ ଘଣ୍ଟା ପାଇଁ ଲଗାଇଛନ୍ତି।