ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ସୋମବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ। ତେବେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ସେ ଅସ୍ୱୀକାର କରିନାହାନ୍ତି। ଜନ୍ମଦିନ ଅବସରରେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମାୟାବତୀ ରାଜନୀତିରୁ ଅବସର ନେବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି। ଏପ୍ରିଲ୍-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଦଳ କୌଣସି ମେଣ୍ଟ କରିବ ନାହିଁ ଏବଂ ଏକାକୀ ଲଢ଼ିବ ବୋଲି ସେ କହିଛନ୍ତି। ନିର୍ବାଚନ ପରବର୍ତ୍ତୀ ସ୍ଥିତିର ଆକଳନ କରିବା ପରେ ଦଳ ଯେ କୌଣସି ଦଳ ସହ ମେଣ୍ଟ କରିବାକୁ ବିଚାର କରିବ ବୋଲି ସେ କହିଛନ୍ତି। ବିଏସ୍ପି ଗତ ୨୦୧୯ରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢ଼ିଥିଲା।
ଲୋକସଭା ନିର୍ବାଚନ ପୂର୍ବରୁ ମେଣ୍ଟ କରିବେନି ମାୟାବତୀ
/sambad/media/post_attachments/wp-content/uploads/2023/07/mayawati.jpg)