୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପରିସ୍ଥିତି : ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମାୟାବତୀ

ନୂଆଦିଲ୍ଲୀ : ବିଏସ୍‌ପି ମୁଖ୍ୟ ମାୟାବତୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଦିଲ୍ଲୀ ହିଂସା ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି। ବିଜେପି ନେତୃତ୍ବାଧୀନ ସରକାରର ବିଫଳତା ଯୋଗୁଁ ଏତେ ବଡ଼ ହିଂସା ଉପୁଜିଲା ବୋଲି ମାୟାବତୀ କହିଛନ୍ତି। ଭାରତର ରାଜଧାନୀ ଦିଲ୍ଲୀ ପୁଣିଥ‌ରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପରି ପ୍ରଭାବିତ ହୋଇଛି ଏବଂ ଦଙ୍ଗା ଯୋଗୁଁ ବହୁତ ଲୋକଙ୍କ ଜୀବନହାନୀ ହୋଇଛି। ଏଭଳି ଘଟଣା ଅତ୍ୟନ୍ତ ଭୟଙ୍କର, ଦୁଃଖଦାୟକ ଏବଂ ଚିନ୍ତାଜନକ ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧିତ ଖବର