ଅସନସୋଲ୍‌ ଗଣ୍ଡଗୋଳ: ସାଂସଦ ବାବୁଲ ସୁପ୍ରିୟଙ୍କ ବିରୋଧରେ ଅଭିଯୋଗ ଲେଖାଇଲେ ମେୟର ଜିତେନ୍ଦ୍ର କୁମାର ତିଓ୍ଵାରୀ

କୋଲକାତା: ଅସନସୋଲ୍‌ ମୁନିସପାଲ୍‌ କର୍ପୋରେସନ ମେୟର ଜିତେନ୍ଦ୍ର କୁମାର ତିଓ୍ଵାରୀ କିଛି ବିଜେପି ନେତା ଓ ବିଜେପି ସାଂସଦ ବାବୁଲ ସୁପ୍ରିୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଶୁକ୍ରବାର ବିଜେପି କ୍ୟାଡର୍‌ରେ ଆୟୋଜିତ ହୋଇଥିବା ଏକ ରକ୍ତଦାନ ଶିବିରରେ ଶ୍ରୀ ସୁପ୍ରିୟୋ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀମାନଙ୍କ ଭିତରେ ଗଣ୍ଡଗୋଳ ଉପୁଜାଇବାକୁ ପ୍ରବର୍ତ୍ତାଇ ଥିଲେ ବୋଲି ମେୟର ଅଭିଯୋଗ ଆଣିଛନ୍ତି। ସୁପ୍ରିୟୋ ପାଲଟା ଉତ୍ତର ଦେଇ ମେୟର ଜିତେନ୍ଦ୍ର କୁମାରଙ୍କୁ ଟିଏମ୍‌ସି ଗୁଣ୍ଡାମାନଙ୍କର ନେତା ବୋଲି କହିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅସନସୋଲ୍‌ ଜିଲ୍ଲା ହସ୍ପିଟାଲ୍‌ରେ ରକ୍ତର ଅଭାବ ପରିଲକ୍ଷିତ ହେବା ପରେ ଜୁଲାଇ ୫ ତାରିଖରେ ଅସନସୋଲ୍‌ ମୁନ୍‌ସିପାଲ୍‌ କର୍ପୋରେସନ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲା।

ମେୟର ଅଭିଯୋଗ ଆଣି କହିଛନ୍ତି ଯେ ସାଂସଦ ବାବୁଲ ସୁପ୍ରିୟଙ୍କ କଥାରେ ପଡ଼ି କିଛି ବିଜେପି କର୍ମୀ ସେଠାରେ ପହଞ୍ଚି ସେମାନଙ୍କ କାମରେ ବାଧା ସୃଷ୍ଟି କରିବା ସହ ହିଂସା ଉପୁଜାଇଥିଲେ। ଫଳରେ ଅନେକ ଲୋକ ଡରରେ ଜାଗା ଛାଡ଼ି ପଳାଇଥିଲେ।

ଏହାକୁ ଅସ୍ୱୀକାର କରି ବାବୁଲ ସୁପ୍ରିୟ କହିଛନ୍ତି ଯେ ଏହି ଘଟଣାର ଭିଡିଓ ଉପଲବ୍ଧ। ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଗୁଣ୍ଡା ପୁଲିସ୍‌ ସାମ୍ନାରେ ଛୁରୀ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର