ନୂଆଦିଲ୍ଲୀ : ଆସନ୍ତା ୧୭ରୁ ୨୭ ମଧ୍ୟରେ ଦିଲ୍ଲୀର ଶ୍ରୀରାମ କଳାକେନ୍ଦ୍ରରେ ପ୍ରସିଦ୍ଧ ନୃତ୍ୟ ଅଭିନୟ ‘ଶ୍ରୀରାମ’ର ପ୍ରଦର୍ଶନ କରାଯିବ। ଏହି ନୃତ୍ୟାଭିନୟରେ ଭାରତନାଟ୍ୟମ୍ ସହିତ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟର ଛାପ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁସାରେ, କୋଭିଡ୍-୧୯ ଜନିତ ସାମାଜିକ କଟକଣା କାରଣରୁ ଏହି ନୃତ୍ୟ ଦେଖିବା ପାଇଁ ୧୦୦ ଜଣ ଦର୍ଶକଙ୍କୁ ଅନୁମତି ମିଳିବ। ଅନ୍ୟ ଇଚ୍ଛୁକ ଦର୍ଶକମାନେ ଏହାକୁ ଅନ୍ଲାଇନ୍ ଜରିଅାରେ ଉପଭୋଗ କରିପାରିବେ ବୋଲି ଆୟୋକଙ୍କ ପକ୍ଷରୁ କୁହାଯାଇଛି।
‘ଶ୍ରୀରାମ’ ନୃତ୍ୟ ଅଭିନୟରେ ମୟୂରଭଞ୍ଜ ଛଉର ଛାପ
/sambad/media/post_attachments/wp-content/uploads/2020/10/unnamed.jpg)