ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଫି’ ବୃଦ୍ଧିକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଛାତ୍ର ଅଶାନ୍ତିକୁ ଦୂର କରିବାକୁ ସରକାର ଅଦ୍ୟାବଧି ସମର୍ଥ ହୋଇ ନଥିବା ବେଳେ ଏବେ ନୂଆଦିଲ୍ଲୀ ସମେତ ଦେଶର ଅନ୍ୟ ସମସ୍ତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ)ରେ ଫି’ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇ ସମୀକ୍ଷା ଆରମ୍ଭ କରି ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଏମ୍ସରେ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଖୁବ୍‌ କମ ପରିମାଣର ଫି’ ଦେବାକୁ ପଡ଼ୁଥିଲା। ଏମ୍ସରେ ପୂରା ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଶେଷ କରିବା ପାଇଁ ଟ୍ୟୁସନ୍‌ ଫି’, ହ‌ଷ୍ଟେଲ ଫି’ ଆଦି ବାବଦରେ ଜଣେ ଜଣେ ଛାତ୍ରଙ୍କୁ ମାତ୍ର ୬ ହଜାରର ଫି’ ଦେବାକୁ ପଡ଼ୁଥିଲା। କିନ୍ତୁ, ଏବେ କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ମନ୍ତ୍ରାଳୟ ଏମ୍ସରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ଫି’ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇ ସମୀକ୍ଷା ଆରମ୍ଭ କରି ଦେଇଛନ୍ତି। ଯଦି ସରକାର ତାଙ୍କର ନୂତନ ଫି’ ଲାଗୁ କରନ୍ତି, ତେବେ ଏମ୍ସରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ପଢ଼ିବା ପାଇଁ ଜଣେ ଜଣେ ଛାତ୍ରଙ୍କୁ ବାର୍ଷିକ ୫୦ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ଫି’ ଗଣିବାକୁ ପଡ଼ିବ।

publive-image News Nation

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ନୂଆଦିଲ୍ଲୀ ଏମ୍ସକୁ ବାର୍ଷିକ ୩, ୫୦୦ କୋଟିର ଅନୁଦାନ ପ୍ରଦାନ କରୁଥିବା ବେଳେ ଦେଶରେ ଥିବା ଅନ୍ୟ ୧୪ଟି ଏମ୍ସକୁ, ପ୍ର‌େତ୍ୟକଙ୍କୁ, ୩୦୦ରୁ ୫୦୦ କୋଟିର ଅଦୁଦାନ ପ୍ରଦାନ କରିଥାନ୍ତି।