ଦୁଇ ବର୍ଷରେ ଦୁଇଗୁଣା ଏମ୍ବିବିଏସ୍ ସିଟ୍ ବଢ଼ାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସାରା ଦେଶରେ ଡ଼ାକ୍ତରମାନଙ୍କର ସଂଖ୍ୟା ଯଥେଷ୍ଟ କମ୍ ଥିବା ହେତୁ ବିଭିନ୍ନ ସମୟରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ବିଗତ ଦୁଇ ବର୍ଷ ମଧ୍ୟରେ ଏମ୍ବିବିଏସ୍ର ସିଟ୍ ସଂଖ୍ୟାରେ୨୬ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଫଳରେ ଏବେ ଦେଶରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ପ୍ରତିବର୍ଷ ୭୫ ହଜାର ଛାତ୍ରଛାତ୍ରୀ ନାମ ଲେଖାଇ ପାରୁଛନ୍ତି। ଠିକ୍ ସେହିପରି ମେଡ଼ିକାଲପିଜି ପାଇଁ ମୋଟ୍ ୮ହଜାର ୯ଶହ ଛାତ୍ରଛାତ୍ରୀ ନାମ ଲେଖାଇ ପାରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଲୋକସଭାରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ୨୦୧୯-୨୦ ବର୍ଷରେ ୧୦ ହଜାର ୫୬୫ଟି ଏମ୍ବିବିଏସ୍ ସିଟ୍ ବୃଦ୍ଧି କରାଯାଇଛି,ଯାହା ଗତ ବର୍ଷ ତୁଳନାରେ ଦୁଇ ଗୁଣା।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆହୁରି ମଧ୍ୟ କହିଛନ୍ତି ଯେ,ବର୍ତ୍ତମାନ ଦେଶରେ ଏଲୋପାଥି ଡାକ୍ତରଙ୍କ ସଂଖ୍ୟ ୧୧ଲକ୍ଷ ୬୦ ହଜାର। ଅର୍ଥାତ୍ ୧୪୫୬ ଜଣ ରୋଗୀଙ୍କ ପାଇଁ ଜଣେ ଡାକ୍ତର ଭାରତରେ ଉପଲବ୍ଧ ଅଛନ୍ତି।
ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ , ସରକାର ୮୨ଟି ନୂତନ ମେଡିକାଲ୍ କଲେଜ ଖୋଲିଛନ୍ତି। ଏହାଦ୍ୱାରା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।