ଲକ୍ଷ୍ନୌ: ନିଜେ ଜଣେ ଡାକ୍ତର, ତେଣୁ ପୁଅ ବି ବଡ଼ ଡାକ୍ତର ହେଉ ବୋଲି ଚାହୁଁଥିଲେ। ଏଥିପାଇଁ ଲକ୍ଷ୍ନୌର ବରିଷ୍ଠ ଡାକ୍ତର ରବି ଖାନ୍ନା ତାଙ୍କ ଏକମାତ୍ର ପୁଅ ସାର୍ଥକଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ପୁଅ ତାଙ୍କ ପରି ରୋଗୀଙ୍କ ସେବା କରୁ, ସମାଜରେ ନାମ ଅର୍ଜନ କରୁ ଏବଂ ପରିବାରକୁ ଗର୍ବିତ କରୁ। ସାର୍ଥକ ମଧ୍ୟ ତାଙ୍କ ପିତାଙ୍କ ଆଶା ପୂରଣ କରିଥିଲେ ଏବଂ ପ୍ରଥମ ପ୍ରୟାସରେ ନିଟ୍ ପାସ୍ କରିଥିଲେ।

Advertisment

ଏହି ଗର୍ବର ମୁହୂର୍ତ୍ତଟି ଆହୁରି ସ୍ୱତନ୍ତ୍ର ସେତେବେଳେ ହୋଇଥିଲା ଯେତେବେଳେ ପୁଅ ଝାନ୍ସୀର ସେହି ମେଡିକାଲ କଲେଜରେ ପଢ଼ିବା ପାଇଁ ମନୋନୀତ ହେଲେ ଯେଉଁଠାରୁ ସେ ଦିନେ ଏମବିବିିଏସ୍ ପଢିଥିଲେ। କିନ୍ତୁ କିଏ ଜାଣିଥିଲା ​​ଯେ, ଯେଉଁ କଲେଜରୁ ପୁଅ ଡାକ୍ତର ହୋଇ ଫେରିବାର ଥିଲା, ଏବେ ସେଠାରୁ ତାଙ୍କ ଶବ ଫେରିଛି। ହଷ୍ଟେଲର ଦ୍ୱିତୀୟ ମହଲାର ବାଲକୋନିରୁ ପଡ଼ି ସାର୍ଥକଙ୍କର ମୃତ୍ୟୁ ହେବା ପରେ ପୁଅକୁ ନେଇ ଦେଖିଥିବା ସବୁ ସ୍ବପ୍ନ ରବିଙ୍କର ତାସ୍‌ର ଘର ପରି ଭାଙ୍ଗିଯାଇଛି। 

ମିଳିିଥିବା ସୂଚନା ମୁତାବକ, ତୃତୀୟ ବର୍ଷ ଡାକ୍ତରୀ ଛାତ୍ର ସାର୍ଥକ ମହାରାଣୀ ଲକ୍ଷ୍ମୀ ବାଇ ମେଡିକାଲ କଲେଜର ସର୍ଦ୍ଦାର ଭାଲାଭଭାଇ ପଟେଲ ହଷ୍ଟେଲରେ ରହୁଥିଲେ। ତାଙ୍କର ରୁମ୍ ନମ୍ବର ୫୮ଥିବା ବେଳେ ଘରୁ ଫେରିବା ଦିନ ରାତିରେ ସେ ସାଙ୍ଗମାନଙ୍କ ରୁମକୁ ଚାଲିଯାଇଥିଲେ। ସେଠାରେ ତାଙ୍କରର ବାନ୍ଦି ହେବାକୁ ସେ ବାଲକୋନୀକୁ ଆସିଥିଲେ। ଏହା ପରେ ସେ ଦ୍ବିତୀୟ ମହଲାରୁ ତଳକୁ ଖସିପଡ଼ିଥିଲେ। ତାଙ୍କ ସାଙ୍ଗମାନେ ସକାଳୁ ତାଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିଥିଲେ। ଦେହ ଭଲନଥିବାରୁ ସନ୍ତୁଳନ ହରାଇ ସେ ତଳକୁ ଖସି ପଡ଼ିଥିବା କୁହାଯାଉଛି। ଏନେଇ ପୁଲିସକୁ ସୂଚନା ଦିଆଯିବ‌ା ପରେ କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୁଲିସ। ସିସିଟିଭି ଯାଞ୍ଚ କରିବା ସହ ସାର୍ଥକଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରାଯାଉଛି।