ଖରାପ ରାସ୍ତା ସହ ସେଲ୍ଫି ଉଠାଇ ଆରମ୍ଭ ହେଲା ନୂଆ ଅଭିଯାନ

ମାଙ୍ଗଲୋର: ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ରାସ୍ତା ପଡିରହିଥିଲେ ବି କେହି ଦୃଷ୍ଟି ଦେଉନଥିଲେ | ଶେଷରେ ଏହାକୁ ଦେଖି କିଛି ସ୍ବେଛାସେବୀ ଏବେ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି | କର୍ଣ୍ଣାଟକର ମାଙ୍ଗଲୋରରେ ଏବେ ଏହା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ମାଙ୍ଗଲୋର ସହରରେ ସ୍ଥାନେ ସ୍ଥାନେ ରାସ୍ତା ଖରାପ ହୋଇଯାଇଥିଲା |

ଆଉ ବର୍ଷା ପରେ ବର୍ଷା ପାଣି ଜମି ଆହୁରି ଶୋଚନୀୟ ହୋଇପଡ଼ିଥିଲା ସହରର ରାସ୍ତା | ଏହି ଖରାପ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଥିଲା | ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରାଯାଇଥିଲା | କିନ୍ତୁ କେହି ବି ଏଥିପ୍ରତି ଦୃଷ୍ଟି ଦେଇନଥିଲେ |

ଯାହାକୁ ନେଇ ମାଙ୍ଗଲୋର ସିଟି କର୍ପୋରେସନ ନାଗରିକ ସମୂହ ସଂଗଠନ ଏହି ଅଭିଯାନ ଆରମ୍ଭ କରିଛି | ଅଭିଯାନ ମୁତାବକ ଏହି ସଂଗଠନର ସଦସ୍ୟମାନେ ଖରାପ ରାସ୍ତା ସହ ନିଜ ନିଜର ସେଲ୍ଫି ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି | କେବଳ ଫଟୋ ଦେଉନାହାନ୍ତି ବରଂ କେଉଁ ସ୍ଥାନରେ ଏଭଳି ଖାଲ ହୋଇଛି ସେ ବାବଦରେ ମଧ୍ୟ ସୂଚନା ଦେଉଛନ୍ତି |

ସମ୍ବନ୍ଧିତ ଖବର