ନୂଆଦିଲ୍ଲୀ: ଖାଦ୍ୟ ସ୍ବଚ୍ଛତା ଓ ସୁରକ୍ଷା ମାନଙ୍କର ସୁଧାର ପାଇଁ ଜାରି ହୋଇଥିବା ଅଭିଯାନ ଆଧାରରେ ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ଏପ୍ରିଲ୍‌ ୧ ତାରିଖରୁ ଜୁନ୍‌ ୩୦ ତାରିଖ ମଧ୍ୟରେ ୧୦୦୦ ରୁ ଉର୍ଧ୍ବ ଖାଦ୍ୟ ଦୋକାନକୁ ବନ୍ଦ୍‌ କରିଦେଇଛି। ଏହାସହିତ ୩ ହଜାରରୁ ବେଶି ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଛି।

Advertisment

ସ୍ବାସ୍ଥ୍ୟ ବିଭାଗର ସବ୍‌-ଫୁଡ୍‌ ହାଇଜିନ୍‌ ରେଡ୍‌ ଡ୍ରାଇଭ୍‌ ଅଧିନରେ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମସ୍ତ ୧୨ଟି ଏମ୍‌ସିଠି କ୍ଷେତ୍ରକୁ ସାମିଲ୍‌ କରାଯାଇଛି। ଜରିମାନା ଆକାରରେ ପ୍ରାୟ ୭୮ ଲକ୍ଷ ଟଙ୍କାରୁ ଅଧିକ ରାଜସ୍ବ ଆଦାୟ କରାଯାଇଛି।

ନଗର ନିଗମ ମାଂସ ଦୋକାନରୁ ନେଇ ଢାବା, ରେସ୍ତୋଁରା, ଜୁସ୍‌ କର୍ଣ୍ଣର୍‌ ଏବଂ ମିଠା ଦୋକାନ ସହିତ ୫,୦୪୦ ଦୋକାନର ନୀରିକ୍ଷଣ କରିଛି। ସଂଖ୍ୟା ଅନୁସାରେ, ଏଥରୁ ପ୍ରାୟ ୧୦୦୦ରୁ ଅଧିକ ଦୋକାନ ସ୍ବାସ୍ଥ୍ୟ ଏବଂ ଲାଇସେନ୍ସିଂ ମାନଦଣ୍ଡ ଉଲ୍ଲଂଘନ କରିଥିବାର ସୂଚନା ରହିଛି ଏବଂ ସେଗୁଡ଼ିକୁ ସିଲ୍‌ କରିଦିଆଯାଇଛି। ୩,୧୦୭ ଦୋକାନକୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ୧,୦୩୮ଟି ଦୋକାନ ନାମରେ ଚାଲାଣ କଟାଯାଇଛି।