ଡିସେମ୍ବର ୪‌ରେ ଏମ୍‌ସିଡି ନିର୍ବାଚନ, ୭ରେ ଗଣତି

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୪ ତାରିଖରେ ଏମ୍‌ସିଡି (ଦିଲ୍ଲୀ ମହାନଗର ନିଗମ) ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ଡିସେମ୍ବର ୭ରେ ଭୋଟ୍‌ ଗଣତି କରାଯିବ। ରାଜ୍ୟ ନିର୍ବାଚନ କମିସନର ବିଜୟ ଦେବ ଆଜି ଏହା ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଦିଲ୍ଲୀରେ ଆଜିଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି। ନଭେମ୍ବର ୭ରେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇ ନଭେମ୍ବର ୧୪ରେ ଶେଷ ହେବ। ନଭେମ୍ବର ୧୬ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ନଭେମ୍ବର ୧୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଡିସେମ୍ବର ୧୫ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧିତ ଖବର