ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପର ପ୍ରଦର୍ଶନକୁ ନେଇ ଏଭଳି କଥା କହିଲେ ହରଭଜନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନଗର ନିଗମ ନିର୍ବାଚନରେ ‘ଆପ୍‌’ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର ବିଜେପି ଶାସନର ମୂଳୋତ୍ପାଟନ କରିଛି। ଆପର ରାଜ୍ୟସଭା ସାଂସଦ ହରଭଜନ ସିଂହ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ନିଜ ପାର୍ଟିର ବିଜୟକୁ ‘ବହୁତ ବଡ଼ ବିଜୟ’ ବୋଲି କହିଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତଥା ଆମଆଦମୀପାର୍ଟିର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା। ଏହା ସହଜ କାମ ନଥିଲା, କିନ୍ତୁ ଏହାକୁ ସେମାନେ କରି ଦେଖାଇଛନ୍ତି ବୋଲି ହରଭଜନ ସିଂହ କହିଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ସମୁଦାୟ ୨୫୦ ଆସନରୁ ଆପ୍‌ ୧୩୩ଟି ଆସନରେ ଅଗ୍ରଣୀ ଥିବା ବୋଳେ ‘ବିଜେପି’ ୧୦୪ ଆସନରେ ଅଗ୍ରଣୀ ରହିଛି। ସେହିପରି, କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଅଗ୍ରଣୀ ରହିଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ମଧ୍ୟାହ୍ନ ସୁଦ୍ଧା ‘ଆପ୍‌’ ୭୮ ଆସନରୁ ବିଜୟ ହାସଲ କରିଥିବା ବେଳେ ‘ବିଜେପ’ ୫୭ଟି ଆସନରେ ବିଜୟୀ ହୋଇଛି।

ସେପଟେ, ‘ଆପ୍‌’ ନେତା ମନୀଷ ସିସୋଦିଆ ଏବଂ ରାଘବ ଚଢ଼ା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନରେ ଆୟୋଜିତ ବୈଠକରେ ଯୋଗ ଦେବାକୁ ଯାଇଛନ୍ତି। ସେମାନଙ୍କ ସହିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଯୋଗ ଦେଇଛନ୍ତି।

ସକାଳେ ଦିଲ୍ଲୀରେ ପହଞ୍ଚି ଗଣମାଧ୍ୟମକୁ ମାନ୍‌ କହିଛନ୍ତି, ‘ଆପ୍‌’ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର କଂଗ୍ରେସ ଶାସନର ମୂଳୋତ୍ପାଟନ କରିଛି। ଏଥର ଦିଲ୍ଲୀ ନଗର ନିଗମରେ ‘ବିଜେପି’ର ଦୀର୍ଘ ୧୫ ବ‌ର୍ଷର ଶାସନର ମୂଳୋତ୍ପାଟନ କରିବ।

ସମ୍ବନ୍ଧିତ ଖବର